ପ୍ରଥମ ସ୍ତ୍ରୀଙ୍କୁ ଏପର୍ଯ୍ୟନ୍ତ ଭେଟିନାହାନ୍ତି ରଣବୀର

ଫିଲ୍ମ ‘ସାୱରିଆ’ ଜରିଆରେ ବଲିଉଡରେ ପ୍ରବେଶ କରିଥିବା ରଣବୀର କପୁରଙ୍କ ଆଜି ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ରଣବୀର ୨୦୨୨, ଏପ୍ରିଲ ୧୪ରେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟ ନିଜ ନିଜ କାମରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଜାଣନ୍ତି କି ଆଲିଆ ରଣବୀରଙ୍କର ପ୍ରଥମ ସ୍ତ୍ରୀ ନୁହଁନ୍ତି। ଏକଥା ଆମେ ନୁହେଁ, ରଣବୀର ନିଜେ ତାଙ୍କର ଶେଷ ସାକ୍ଷାତକାରରେ ଏହାର ଖୁଲାସା କରିଛନ୍ତି। ସେ ଏପର୍ଯ୍ୟନ୍ତ ତାଙ୍କର ପ୍ରଥମ ସ୍ତ୍ରୀଙ୍କୁ ଭେଟି ନାହାଁନ୍ତି। ଖୁବ୍‌ଶୀଘ୍ର ସାକ୍ଷାତ କରିବାକୁ ଆଶା ରଖିଛନ୍ତି ରଣବୀର।
ସେ କହିଛନ୍ତି, ଜଣେ ଯୁବତୀ ମୋ ବଙ୍ଗଳା ବାହାରକୁ ଆସିଥିଲେ। ମୁଁ ତାଙ୍କୁ କେବେବି ଭେଟି ନ ଥିଲି। କିନ୍ତୁ ଓ୍ବାଚ୍‌ମ୍ୟାନ୍‌ ମୋତେ କହିଥିଲେ, ସେ ଏକ ପଣ୍ଡିତ ସହିତ ଆସି ମୋ ଘର ଗେଟ୍‌କୁ ବିବାହ କରିଥିଲେ। ଗେଟ୍‌ରେ ଏକ ଟିକା ଲାଗିଥିଲା ଏବଂ କିଛି ଫୁଲ ମଧ୍ୟ ଲଗାଯାଇଥିଲା। ଏହା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ମୁଁ ଏପର୍ଯ୍ୟନ୍ତ ମୋର ପ୍ରଥମ ସ୍ତ୍ରୀଙ୍କୁ ଭେଟି ନାହିଁ।
ଆଜିକାଲି ରଣବୀର କପୁର ତାଙ୍କ ଫିଲ୍ମ ‘ଶମଶେରା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଛି। େଟ୍ରେଲରରେ ଦର୍ଶକ ରଣବୀରଙ୍କ ଚରିତ୍ରକୁ ବହୁତ ପସନ୍ଦ କରଛନ୍ତି। ଫିଲ୍ମଟି ଆସନ୍ତା ଜୁଲାଇ ୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଫିଲ୍ମରେ ସଞ୍ଜୟ ଦତ୍ତ ଏବଂ ବାଣୀ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିବେ। ରଣବୀରଙ୍କ ପରବର୍ତ୍ତୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ମଧ୍ୟ ସେପ୍ଟେମ୍ବର ୯ରେ ରିଲିଜ ପାଇଁ ପ୍ରସ୍ତୁତ ଅଛି। ଏଥିରେ ସେ ତାଙ୍କ ସ୍ତ୍ରୀ ଆଲିଆଙ୍କ ସହ ନଜର ଆସିବେ।

Share