ଆଲିଆଙ୍କ ଏହି ଗୁଣକୁ ବଦଳାଇଦେଲେ ରଣବୀର

ବଲିଉଡ୍‌ର ପାଓ୍ବାରଫୁଲ କପଲ୍‌ମାନଙ୍କ ମଧ୍ୟରେ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ ଅନ୍ୟତମ। ରଣବୀର ଏକ ସାକ୍ଷାତ୍‌କାରରେ ଆଲିଆଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ବିଭିନ୍ନ ରୋଚକ ତଥ୍ୟ ପ୍ରଘଟ କରିଛନ୍ତି। ବିବାହ ପରେ ଉଭୟଙ୍କ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଆଲିଆ ନିଜର ବ୍ୟବହାର ଓ ଅଭ୍ୟାସରେ ଅନେକ ପରିବର୍ତ୍ତନ ଆଣିଥିବା ରଣବୀର କହିଛନ୍ତି। ଏକ ଉଦାହରଣ ଦେଇ ରଣବୀର କହିଛନ୍ତି, ଆଲିଆଙ୍କର ପୂର୍ବରୁ ବଡ଼ ପାଟିରେ କଥା ହେବାର ଅଭ୍ୟାସ ଥିଲା। ସେ ବଡ଼ ପାଟିରେ କଥା ହେବା ଯୋଗୁ ତାଙ୍କୁ ଅସୁବିଧା ହୁଏ ବୋଲି ରଣବୀର ଆଲିଆଙ୍କୁ ଜଣାଇଥିଲେ। ତେଣୁ ଆଲିଆ ବଡ଼ ପାଟିରେ କଥା ହେବାନେଇ ନିଜର ଥିବା ଅଭ୍ୟାସକୁ ପରିବର୍ତ୍ତନ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ତେବେ କୌଣସି ବ୍ୟକ୍ତିଙ୍କଠାରେ ୩୦ରୁ ଅଧିକ ବର୍ଷ ଧରି ରହିଆସିଥିବା ଅଭ୍ୟାସକୁ ବଦଳାଇବା ଏତେ ସହଜସାଧ୍ୟ ବ୍ୟାପାର ନୁହେଁ ବୋଲି ରଣବୀର ସ୍ବୀକାର କରିଛନ୍ତି। ସେମାନଙ୍କ ଦାମ୍ପତ୍ୟ ଜୀବନକୁ ସୁଖ ସମୃଦ୍ଧିରେ ଭରିବା ପାଇଁ ଆଲିଆ କରୁଥିବା ପ୍ରୟାସକୁ ରଣବୀର ପ୍ରଶଂସା କରୁଛନ୍ତି। ସେହିପରି ଆଲିଆଙ୍କ ଖୁସି ପାଇଁ ତାଙ୍କୁ ମଧ୍ୟ ନିଜର କିଛି ଅଭ୍ୟାସରେ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି ଏହି ସାକ୍ଷାତ୍‌କାରରେ ରଣବୀର ସ୍ବୀକାର କରିଛନ୍ତି।
ଦୀର୍ଘଦିନ ଧରି ରିଲେଶନ୍‌ଶିପରେ ରହିବା ପରେ ବଲିଉଡ୍‌ର ଏହି ଷ୍ଟାର ଯୋଡ଼ି ୨୦୨୨ ଏପ୍ରିଲ ୧୪ରେ ବିବାହ କରିଥିଲେ। ଉଭୟଙ୍କର ରାହା କପୁର ନାମ୍ନୀ ଶିଶୁ କନ୍ୟା ରହିଛନ୍ତି। ରଣବୀରଙ୍କୁ ଶେଷ ଥର ପାଇଁ ସନ୍ଦୀପ ରେଡ୍ଡୀ ବଙ୍ଗାଙ୍କ ସୁପରହିଟ୍‌ ଫିଲ୍ମ ‘ଆନିମଲ’ରେ ଦେଖିବାକୁ ମିଳିଥିଲା। ଆସନ୍ତା ବର୍ଷ ସଞ୍ଜୟ ଲିଲା ଭଁସାଲୀଙ୍କ ନିର୍ଦ୍ଦେଶିତ ‘ଲଭ୍‌ ଆଣ୍ଡ୍‌ ୱାର୍‌’ ଫିଲ୍ମରେ ଉଭୟ ଆଲିଆ ଓ ରଣବୀରଙ୍କ ସହ ଅଭିନେତା ଭିକି କୌଶଲ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

ଆମି ପୁରସ୍କାର ଘୋଷଣା: ଏହି ଫିଲ୍ମକୁ ମିଳିଲା ୧୪ ପୁରସ୍କାର

ଲସ ଆଞ୍ଜେଲ୍ସର ପିକକ୍‌ ଥିଏଟରରେ ୭୬ତମ ପ୍ରାଇମଟାଇମ ଆମି ପୁରସ୍କାର ଆୟୋଜିତ ହୋଇଛି। ମନୋରଞ୍ଜନ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ସମାରୋହରେ ଏଥର ଫିଲ୍ମ ‘ଶୋଗୁନ’...

ଟିଭି ଇଣ୍ଡଷ୍ଟ୍ରିରେ ନିୟାଙ୍କ ୧୪ ବର୍ଷ

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିରେ ନିଖୁଣ ଅଭିନୟ କରି ଲଗାତର ଭାବେ ଦର୍ଶକଙ୍କ ପ୍ରଶଂସା ସାଉଁଟି ପାରୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ନିୟା ଶର୍ମା ଅନ୍ୟତମ। ବହୁ ସଂଘର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri