ରୋମାଣ୍ଟିକ ହେଲେ ରଣବୀର-ବାଣୀ

ମୁମ୍ବାଇ: ବଲିଉଡ ନାୟକ ରଣବୀର କପୁର ଓ ନାୟିକା ବାଣୀ କପୁରଙ୍କୁ ଖୂବଶୀଘ୍ର ମୁଭି ‘ଶମଶେରା’ରେ ଦେଖିବାକୁ ମିଳବ । ଗୁରୁବାର ଏହାର ଦ୍ୱିତୀୟ ଗୀତ ରିଲିଜ ହୋଇଛି । ଏହି ଗୀତର ବୋଲ ରହିଛି ‘ଫିତୁର’ । ଏହି ଗୀତଟି ୟଶ ରାଜ ବ୍ୟାନର୍ସରେ ପ୍ରସ୍ତୁତ କରାଯାଇଥିବା ବେଳେ ଏହି ଗୀତର ଭିଡଓ ୟଶରାଜ ଫିଲ୍ମସ ତା’ର ଅଫିସିୟାଲ ୟୁଟ୍ୟୁବ ଚ୍ୟାନେଲରେ ଶେୟାର କରିଛି । ଏହା ପୂର୍ବରୁ ଗୀତ ଜି ହୁଜୁର ରିଲିଜ୍ କରାଯାଇଥିଲା । ଏହାକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ । ଏବେ ‘ଫିତୁର’କୁ ବି ରଣବୀର ଓ ବାଣୀଙ୍କ ପ୍ରଶଂସକ ଖୁବ୍ ପସନ୍ଦ କରୁଛନ୍ତି । ଏହାର କାରଣ ହେଲା ଏଥିରେ ଉଭୟ ଖୁବ୍ ରୋମାଣ୍ଟିକ ଅବତାରରେ ନଜର ଆସିଛନ୍ତି । ଆଉ ଏହି ଗୀତର ବୋଲ ଦୁହିଁଙ୍କ କେମେଷ୍ଟ୍ରିକୁ ଖାପ୍ ଖାଉଛି । ଏଥିରେ ଏମାନଙ୍କ କ୍ୟାରେକ୍ଟରର ପ୍ରେମ କାହାଣୀକୁ ଦର୍ଶାଯାଇଛି । ଫିତୁର ମରୁଭୂମିର ଖୁବ୍ ସୁନ୍ଦର ଲୋକେଶନରେ ଶୁଟିଂ କରାଯାଇଛି । ଏହି ଗୀତରେ ନାୟକ-ନାୟିକାଙ୍କ ରୋମାଣ୍ଟିକ ଅବତାର ଇଣ୍ଟରନେଟର ପାରାକୁ ବଢାଇ ଦେଇଛି । ଏଥିରେ ଏତେ ରୋମାଣ୍ଟିକ୍ ସିନସ୍ ରହିଛି ଯେ ଦର୍ଶକେ ପଲକ ପକାଇ ପାରୁ ନାହାନ୍ତି । ଏଥିରେ ଅରିଜିତ ସିଂହ ଓ ନୀତି ମୋହନ କଣ୍ଠଦାନ କରିଛନ୍ତି ।
‘ଶମଶେରା’ ଏକ ପିରିୟଡିକ ଡ୍ରାମା ଫିଲ୍ମ ହୋଇଥିବା ବେଳେ ଏଥିରେ ଆକ୍ସନ, ରୋମାନ୍ସ ଓ ଡ୍ରାମା ଭରପୁର ହୋଇ ରହିଛି । ଏଥିରେ ବାଣୀ କପୁର ଓ ରଣବୀର କପୁରଙ୍କ ବ୍ୟତୀତ ସଞ୍ଜୟ ଦତ୍ତ ମୁଖ୍ୟ ଭୂମିକାରେ ନଜର ଆସିବେ ।

Share