ଦାମୀ ଜୋତା ପିନ୍ଧନ୍ତି ରଣବୀର କପୁର: ଦାମ୍‌ ଜାଣିଲେ…

ବଲିଉଡ୍‌ ଅଭିନେତା ରଣବୀର କପୁର ଅଭିନୟ ସାଙ୍ଗକୁ ନିଜର ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏହା ତାଙ୍କର ଏୟାରପୋର୍ଟ ଲୁକ୍‌ ହେଉ ଅବା ପାର୍ଟି ଲୁକ୍‌। କପୁର ପରିବାରର ଉତ୍ତରାଧିକାରୀ ରଣବୀର ମହଙ୍ଗା ଗ୍ୟାଜେଟକୁ ମଧ୍ୟ ବହୁତ ଭଲ ପାଆନ୍ତି। ଅଭିନେତା ତାଙ୍କର ଜୋତା ଡିଜାଇନ୍‌କୁ ନେଇ ଏବେ ଚର୍ଚ୍ଚାରେ ରହିଥାନ୍ତି କାରଣ ଏହା ସାଧାରଣ ନୁହେଁ ବରଂ ସୀମିତ ସଂସ୍କରଣ ଜୋତା। ରଣବୀରଙ୍କ ଏହି ସ୍ବତନ୍ତ୍ର ସ୍ନେକର ଡିଆର ଏକ୍ସ ଏୟାର ଜୋର୍ଡାନର। ରଣବୀରଙ୍କ ଏହି ଜୋତାର ମୂଲ୍ୟ ୮-୧୦ ହଜାର ଡଲାର (ପ୍ରାୟ ୮ଲକ୍ଷ ୮୦ ହଜାର ) ଟଙ୍କା ହେବ ବୋଲି କୁହାଯାଉଛି।

Share