ପାକ ଫିଲ୍ମରେ ଅଭିନୟକୁ ନେଇ କ’ଣ କହିଲେ ରଣବୀର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବେ ତାଙ୍କ ଅପକମିଂ ମୁଭି ‘ତୁ ଝୁଠି ମେ ମକ୍କାର’କୁ ନେଇ ଲଗାତାର ଚର୍ଚ୍ଚାରେ ରହୁଛନ୍ତି । ଏଥିରେ ରଣବୀର କପୁରଙ୍କ ସହ ଶ୍ରଦ୍ଧା କପୁର ପ୍ରଥମ ଥର ଲାଗି ସ୍କ୍ରିନ୍ ଶେୟାର କରିବାକୁ ଯାଉଛନ୍ତି । ଏବେ ଏହି ଯୋଡି ନିଜ ମୁଭିର ଜୋରଦାର ପ୍ରମୋଶନ କରୁଛନ୍ତି ।
ନିକଟରେ ଏହି ମୁଭିର ପ୍ରମୋଶନ କରିବାକୁ ରଣବୀର ଚଣ୍ଡିଗଡ଼ ପହଞ୍ଚିଥିଲେ । ଆଉ ଏହି ସମୟରେ ସେ ମିଡିଆ ପ୍ରଶ୍ନର ଶିକାର ହୋଇଯାଇଥିଲେ । ଏହି ପ୍ରେସ କନଫରେନ୍ସରେ ରଣବୀର ତାଙ୍କ କଥାର ସଫେଇ ଦେଇଥିବା ଦେଖାଯାଇଛି । ନିକଟରେ ରଣବୀର ପାକିସ୍ତାନ ମୁଭିରେ କାମ କରିବାକୁ ନେଇ ନିଜର ବୟାନ ରଖିଥିଲେ । ଏବେ କିନ୍ତୁ ସେ ନିଜ କଥାରେ ୟୁଟର୍ନ ନେଇଛନ୍ତି ।
ନିକଟରେ ମୁଭିର ପ୍ରମୋଶନ ପାଇଁ ରଣବୀର ଚଣ୍ଡିଗଡ଼ ପହଞ୍ଚିଥିବା ବେଳେ ତାଙ୍କୁ ପାକିସ୍ତାନ ମୁଭିରେ ଅଭିନୟ କରିବା କଥାକୁ ନେଇ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ଅଭିନେତା କହିଥିଲେ ମୋତେ ଲାଗଛି ମୋ କଥାକୁ କେହି ଭୁଲ ବୁଝିଛନ୍ତି । ସେ ଏକ ଫିଲ୍ମ ଫେଷ୍ଟିଭାଲକୁ ଯାଇଥିଲେ । ସେଠାରେ ବହୁତ ପାକିସ୍ତାନି ମୁଭି ମେକର୍ସ ତାଙ୍କୁ ପ୍ରଶ୍ନ କରିଥିଲେ କି ତାଙ୍କୁ ଯଦି ଭଲ ସବଜେକ୍ଟ ଦିଆଯାଏ ତେବେ କ’ଣ ସେ ତା’ ଉପରେ କାମ କରିବେ ।
ରଣବୀର ଏହାକୁ ନେଇ କହିଛନ୍ତି, ମୁଁ ଜାଣି ନ ଥିଲି ଏହା ଉପରେ କୌଣସି ବିବାଦ ଉଠିବ ସେଥିପାଇଁ ମୁଁ ହଁ କରି ଦେଇଥିଲି । ହେଲେ ମୋ ପାଇଁ ଫିଲ୍ମ ହେଉଛି କଳା । ମୁଁ ଏ ଦିଲ ହୈ ମୁସକିଲରେ ଫୱାଦ ଖାଁଙ୍କ ସହ କାମ କରିଛି । ଅଭିନେତା ତାଙ୍କ ବୟାନରେ କେତେଜଣ ପାକିସ୍ତାନୀ କଳାକାରଙ୍କ କଥା ମଧ୍ୟ ଉଠାଇଛନ୍ତି ଓ ତାଙ୍କ କାମର ପ୍ରଶଂସା କରିଛନ୍ତି । ହେଲେ ଶେଷରେ ରଣବୀର କହିଛନ୍ତି, ମୋତେ ଲାଗୁନାହିଁ ଯେ ସିନେମା ସୀମା ଦେଖିଥାଏ । ଆପଣଙ୍କୁ କଳାର ସମ୍ମାନ କରିବାକୁ ପଡିବ । ହେଲେ କଳା ଆପଣଙ୍କ ଦେଶଠାରୁ ବଡ ନୁହେଁ ତେଣୁ ଯିଏ ବି ଆପଣଙ୍କ ଦେଶ ବିରୋଧରେ ଠିଆ ହେଉଛି ତାକୁ ଆପଣ ଭୂଲିବା ଦରକାର । କାରଣ ଆପଣଙ୍କ ପ୍ରଥମ ପସନ୍ଦ ଓ ପ୍ରଥମ ପ୍ରାଥମିକତା ଆପଣଙ୍କ ଦେଶ ହେବା ଉଚିତ ।

Share