Categories: ଜାତୀୟ

ନୀତୀଶଙ୍କ ହାତ ଛାଡିଲେ ରଣବୀର

ପାଟନା,୨୭।୯: ପୂର୍ବତନ ଜେଡିୟୁ ଏମଏଲସି ତଥା ଦଳର ବରିଷ୍ଠ ନେତା ରଣବୀର ନନ୍ଦନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ହାତ ଛାଡିଛନ୍ତି। ସେ ଦଳର ଜାତୀୟ ସଭାପତି ଲଲନ ସିଂ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। କିଛି ଦିନ ପୂର୍ବରୁ ରଣବୀର ଏକ ବିବୃତ୍ତି ଦେଇଥିଲେ ଯେ, ନୀତୀଶ କୁମାର ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଆସିବା ଉଚିତ୍‌।
ବର୍ତ୍ତମାନ ରଣବୀର ଭାଜପରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେ କିଛି ଦିନ ହେବପାର୍ଟି କାର୍ଯ୍ୟକଳାପରୁ ମଧ୍ୟ ଦୂରରେ ଥିଲେ। ବର୍ତ୍ତମାନ ଇସ୍ତଫା ଦେବା ପରେ ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହା ଦେଖିବାକୁ ବାକି ରହିଲା। ଅନ୍ୟପକ୍ଷରେ ଦଳରୁ ଇସ୍ତଫା ଦେବା ପରେ ରଣବୀର ନନ୍ଦନଙ୍କୁ ମଧ୍ୟ ଜେଡିୟୁରୁ ବହିଷ୍କାର କରାଯାଇଛି।

Share