ଆଲିଆଙ୍କୁ ମିଛ କହିଥିଲେ ରଣବୀର

ବଲିଉଡ୍‌ ଅଭିନେତା ରଣବୀର କପୁର ତାଙ୍କର ଆଗାମୀ ଫିଲ୍ମ ‘ତୁ ଝୁଠି ହୈ ମେଁ ମକ୍କାର’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ସେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ ସ୍ତ୍ରୀ ଆଲିଆ ଭଟ୍ଟଙ୍କୁ କିଛି ମିଛ କହିଥିବା ସ୍ବୀକାର କରିଛନ୍ତି। ରଣବୀର ନିକଟରେ ଫିଲ୍ମ ପ୍ରମୋଶନ ପାଇଁ ‘ଦ କପିଲ ଶର୍ମା’ ଶୋ’ରେ ପହଞ୍ଚିଥିଲେ।
ପୂର୍ବପୁରୁଷମାନେ କୁହନ୍ତି ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ଜଣେ ସ୍ବାମୀଙ୍କୁ ଟିକେ ମିଛ କହିବାକୁ ପଡେ। ରଣବୀର ଏହା କେତେଦୂର ଠିକ୍‌ ଭାବନ୍ତି ବୋଲି କପିଲଙ୍କ ପ୍ରଶ୍ନରେ ସେ କହିଥିଲେ, ମୁଁ କିଛିଟା ମିଛ କହିବାକୁ ପଡେ। ମୁଁ ମଧ୍ୟ କିଛି ଭୁଲ କରିଛି, ଯାହା ବିବାଦୀୟ, ମୁଁ ଅନେକ ବର୍ଷ ଧରି ମିଛ କହି ଚୁପ ରହିଥିଲି। କିନ୍ତୁ ଆଜିକାଲି ମୁଁ ଜଣେ ସ୍ତ୍ରୀବ୍ରତା ହୋଇଯାଇଛି। ତେଣୁ ଏ ବିଷୟରେ ଆଲୋଚନା କରିବି ଆଦୌ ଠିକ୍‌ ନୁହେଁ।
‘ତୁ ଝୁଠି ହୈ ମେଁ ମକ୍କାର’ରେ ରଣବୀରଙ୍କୁ ବ୍ୟତୀତ ଶ୍ରଦ୍ଧା କପୁର, ଡିମ୍ପଲ କାପାଡିଆ ଏବଂ ବୋନି କପୁରଙ୍କ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ମାର୍ଚ୍ଚ ୮ରେ ଏହି ଫିଲ୍ମଟି ମୁକ୍ତିଲାଭ କରିବ।

Share