ମୁମ୍ବାଇ: ନିଜ ଫିଲ୍ମି ଅନ୍ଦାଜ ଏବଂ ଷ୍ଟାଇଲିସ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ସୁପରଷ୍ଟାର ରଣବୀର କପୁର। ଇଣ୍ଡିଆନ କୋର୍ଚର ଓ୍ବିକ୍ରେ ତାଙ୍କୁ ରାମ୍ପ ଶୋ କରୁଥିବାର ଦେଖିବାକୁ ମିଳିଥିଲା। ସେଥିରେ ସେ ଲୁଗିଂ ଷ୍ଟାଇଲ ପ୍ୟାଣ୍ଟ ଏବଂ ବ୍ଲୁ ଅଚକନ ପିନ୍ଧିଥିଲେ। ତାଙ୍କର ଏହି ଲୁକ୍ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ରଣବୀରଙ୍କ ନୂଆ ଷ୍ଟାଇଲିସ୍ ଲୁକ୍କୁ ଫ୍ୟାନ୍ସ ଖୁବ୍ ପସନ୍ଦ କରିଛନ୍ତି।