ଦୀପିକାଙ୍କ ସହ ବ୍ରେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ରଣବୀର

ଅଭିନେତ୍ରୀ ଦୀପିକା ପାଦୁକୋନ ଆଜିକାଲି ଅସୁସ୍ଥ ଅଛନ୍ତି। ନିକଟରେ ସାମାନ୍ୟ ଦୁର୍ବଳ ଅନୁଭବ କରିବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେ ପୂର୍ବ ଅପେକ୍ଷା ଭଲ ଅଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ବୈବାହିକ ଜୀବନରେ କିଛି ଠିକ୍‌ ନ ଥିବା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।
ଦୀପିକା ଏବଂ ରଣବୀର ସିଂଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଏକ ଟୁଇଟ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଟୁଇଟ୍‌ରେ ଲେଖାଥିଲା ‘ବ୍ରେକିଙ୍ଗ! ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ମଧ୍ୟରେ ସବୁ ଠିକ ନୁହେଁ।
ଏହି ପ୍ରଚାରିତ ହେବାପରେ ରଣଭୀର ଶେଷରେ ମୁହଁ ଖୋଲିଛନ୍ତି। ସେ କହିଥିଲେ, । ଆମେ ୨୦୧୨ରେ ସାକ୍ଷାତ ହୋଇ ଡେଟିଂ ଆରମ୍ଭ କରିଥିଲୁ। ତେଣୁ ୨୦୨୨ରେ ଆମ ସମ୍ପର୍କକୁ ୧୦ ବର୍ଷ ପୂରିଛି। ଦୀପିକାଙ୍କ ପ୍ରତି ମୋର ବହୁତ ସମ୍ମାନ ଅଛି। ସେ ମୋ ପାଇଁ ସର୍ବଶ୍ରେଷ୍ଠ ଜୀବନ ମଧ୍ୟରୁ ଗୋଟିଏ ଏବଂ ମୁଁ ମୋ ଜୀବନରେ ତାଙ୍କୁ ପାଇଥିବାରୁ ମୁଁ ବହୁତ କୃତଜ୍ଞ। ଖୁବ୍‌ଶୀଘ୍ର ଆମେ ଏକାଠି ନଜର ଆସିବୁ। ଆମ ସମ୍ପର୍କରେ କାହା ନଜର ନ ଲାଗୁ।
ଦୀପିକା ଏବଂ ରଣଭୀର ନଭେମ୍ବର ୨୦୧୮ରେ ବିବାହ କରିଥିଲେ। ଏହାପୂର୍ବରୁ ଉଭୟ ପ୍ରାୟ ୬ ବର୍ଷ ପର୍ଯ୍ୟନ୍ତ ଡେଟିଂ କରିଥିଲେ। ଦୀପିକାଙ୍କୁ ‘ପଠାନ’ ଏବଂ ‘ଫାଇଟର୍‌’ ଭଳି ଫିଲ୍ମରେ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ରଣବୀରଙ୍କୁ ‘ସର୍କସ’, ‘ରକି ଔର ରାନୀ କି ପ୍ରେମ କାହାନୀ’ ଭଳି ଫିଲ୍ମରେ ଦେଖିବାକୁ ମିଳିବ।

Share