ହଲିଉଡ ଫିଲ୍ମ ଅଫରକୁ ପ୍ରତ୍ୟାଖାନ କଲେ ରଣବୀର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ତାଙ୍କ ଫିଲ୍ମ ‘ ତୁ ଝୁଠି ମୈ ମକ୍କାର’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଧମାକାଦାର ଆୟ କରୁଛି। ସେ ଗୋଟିଏ ପରେ ଗୋଟିଏ ବଲିଉଡ ହିଟ ଫିଲ୍ମ ଦେଇଛନ୍ତି। ଏହି ସମୟରେ ରଣବୀରଙ୍କୁ ହଲିଉଡରେ ଏକ ବ୍ଲକବଷ୍ଟର ଚଳଚ୍ଚିତ୍ରରେ ଅଫର ମିଳିଥିଲା। ଯାହାକୁ ସେ କରିବାକୁ ଚାହାଁନ୍ତି ନାହିଁ ବୋଲି ସିଧା ମନା କରିଦେଇଛନ୍ତି। କୁହାଯାଏ ଯେ ରଣବୀର କପୁରଙ୍କୁ ସାଇନ୍ସ ଫିକ୍ସନ ଫିଲ୍ମ ଷ୍ଟାର୍‌ ୱାର୍‌ ଅଫର୍‌ ଦିଆଯାଇଥିଲା, କିନ୍ତୁ ସେ ଏହା କରିବାକୁ ମନା କରିଦେଇଥିଲେ। ଏହାର କାରଣ ଦର୍ଶାଇବାକୁ ଯାଇ କହିଥିଲେ ଯେ ସେ ଏହି ଚଳଚ୍ଚିତ୍ରର ଇତିହାସ ବିଷୟରେ ଜାଣିନାହାଁନ୍ତି।
ନିର୍ଦ୍ଦେଶକ ପ୍ୟାଟି ଜେନକିନସ ‘ଷ୍ଟାର୍‌ ୱାର୍ସ’ର ନିର୍ଦ୍ଦେଶନା ଦେଇଥିଲେ। ସେ ରଣଭୀରଙ୍କୁ ଏହି ସିରିଜର ଦ୍ୱିତୀୟ ମୁଖ୍ୟ ଭୂମିକା ପ୍ରଦାନ କରିଥିଲେ।

Share