ଫିଲ୍ମ ‘ବିକ୍ରମ ଭେଧା’ଦେଖିବାକୁ ଅନୁରୋଧ କଲେ ରଣବୀର

ମୁମାଇ: ବଲିଉଡ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଫିଲ୍ମ‘ବ୍ରହ୍ମାସ୍ତ୍ର’ ସୁପରହିଟ୍‌ ହୋଇଛି। ବକ୍ସ ଅଫିସରେ ଏହା ଭଲ ଆୟ ମଧ୍ୟ କରିଛି। ନିକଟରେ ରଣବୀର ଏବଂ ଫିଲ୍ମର ନିର୍ଦ୍ଦେଶକ ଆୟାନ ମୁଖାର୍ଜୀଙ୍କୁ ମୁମ୍ବାଇର ଏକ ଥିଏଟରକରେ ନଜର ଆସିଥିଲେ। ‘ବ୍ରହ୍ମାସ୍ତ୍ର’ପାର୍ଟ-୨କୁ ନେଇ କିଛି ଖୁଲାସା କରିଥିଲେ। ଏହାପରେ ରଣବୀର ହ୍ରିତିକ୍‌ ରୋଶନ-ସୈଫ ଅଲି ଖାନଙ୍କ ଫିଲ୍ମ ‘ବିକ୍ରମ ଭେଧା’ ଦେଖିବାକୁ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି। ଫିଲ୍ମଟି ସେପ୍ଟେମ୍ବର ୩୦ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମରେ ହ୍ରିତିକ୍‌ -ସୈଫଙ୍କ ବ୍ୟତିତ ରାଧିକା ଆପତେ ଏବଂ ରୋହିତ ସରାଫ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହା ୨୦୧୭ ତାମିଲ ଫିଲ୍ମର ହିନ୍ଦୀ ରିମେକ ଅଟେ।

Share