ବାପାଙ୍କ ମୃତ୍ୟୁ ପୂର୍ବରୁ ପାଇଥିବା ଅଭିନୟ ଟିପ୍ସ ବିଷୟରେ ଶେୟାର କଲେ ରଣବୀର

ଭେଟେରାନ ଅଭିନେତା ରିଷି କପୁରଙ୍କ ଶେଷ ଫିଲ୍ମ ଶର୍ମାଜୀ ନାମ୍‌କିନ ବର୍ତ୍ତମାନ ଷ୍ଟ୍ରିମିଂ କରୁଛି। ସ୍ବର୍ଗତ ଅଭିନେତାଙ୍କ ଅଭିନୟକୁ ପ୍ରଶଂସକମାନେ ପ୍ରଶଂସା କରିଛନ୍ତି। ଅନେକ ଏହି ଫିଲ୍ମକୁ ଭେଟେରାନ ଅଭିନେତାଙ୍କୁ ଏକ ବିଦାୟ ବୋଲି କହିଛନ୍ତି, ଯିଏକି ଏପ୍ରିଲ ୩୦, ୨୦୨୦ରେ ମୃତ୍ୟୁବରଣ କରିଥିଲେ। ରିଷିଙ୍କ ପୁଅ ତଥା ଅଭିନେତା ରଣବୀର କପୁର ଏହି ଫିଲ୍ମର ପ୍ରମୋଶନ କରୁଥିଲେ। ତେବେ ନିକଟରେ ଏକ ସାକ୍ଷାତକାରରେ ଅଭିନେତା ତାଙ୍କ ବାପାଙ୍କ ମୃତ୍ୟୁ ପୂର୍ବରୁ ପାଇଥିବା ଅଭିନୟ ଟିପ୍ସ ବିଷୟରେ ଶେୟାର କରିଛନ୍ତି। ସେ କହିଛନ୍ତି, ବାପା ଜଣେ କଠୋର ସମାଲୋଚକ ଥିଲେ। ସେ ମୋତେ କେବେବି ମୋ ମୁହଁରେ ପ୍ରଶଂସା କରି ନ ଥିଲେ। ତାଙ୍କର ୨୦୧୨ ଫିଲ୍ମ ବର୍ଫି ଦେଖିବା ପରେ ବାପା ଏହା ଉପରେ ଭଲ ମତାମତ ଦେଇ ନ ଥିଲେ। ଆଉ ଯେତେବେଳେ ବାପା କିଛି କଥା ହେବା ପାଇଁ ଡାକୁଥିଲେ ମୋତେ ନର୍ଭସ ଲାଗେ। ଆହୁରି ମଧ୍ୟ କହିଛନ୍ତି, ବାପା ସବୁବେଳେ କହୁଥିଲେ ଯେ, ପ୍ରତ୍ୟେକ ମଣିଷ ନିଜର ଉପାୟ ଖୋଜିବାକୁ ପଡିବ, ନିଜ ଭୁଲ୍‌ରୁ ଶିଖିବାକୁ ପଡିବ ଯାହା ଦ୍ୱାରା ନିଜର ବିକାଶ ହୋଇପାରିବ।

Share