ଦୀପିକାଙ୍କୁ ନେଇ ଖୁସି ଥିବା କହିଲେ ରଣବୀର

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଯୋଡିକୁ ବେଶ୍‌ ପସନ୍ଦ କରନ୍ତି ଦର୍ଶକ। ନିକଟରେ ଉଭୟଙ୍କ ପ୍ରେମ କାହାଣୀଠାରୁ ଆରମ୍ଭ କରି ଜଣେ ଅନ୍ୟଜଣଙ୍କୁ ସମର୍ଥନ କରିବା ଇତ୍ୟାଦିକୁ ନେଇ ଖୁଲାସା କରିଛନ୍ତି ରଣବୀର। ଦୀପିକା କିଭଳି ତାଙ୍କୁ ସବୁ କାମରେ ସାହାର୍ଯ୍ୟ କରନ୍ତି ସେ ବିଷୟରେ ସମସ୍ତଙ୍କୁ କହିଛନ୍ତି।
ଏକ ସାକ୍ଷାତକାରରେ ସ୍ତ୍ରୀ ଦୀପିକା ତାଙ୍କୁ କିଭଳି ସହଯୋଗ କରନ୍ତି ଏବଂ ନୂଆ ଶୋ’କୁ ନେଇ ଦୀପିକାଙ୍କ ପ୍ରତିକ୍ରିୟା କ’ଣ ଥିଲା ସେ ନେଇ ରଣବୀରଙ୍କୁ ପଚରାଯାଇଥିଲା। ଏହାର ଉତ୍ତରରେ ରଣବୀର କହିଥିଲେ, ସବୁବେଳେ ଦୀପିକା ତାଙ୍କ କାମକୁ ନେଇ ଆଲୋଚନା କରନ୍ତି। ନୂଆ ଶୋ’କୁ ନେଇ ମଧ୍ୟ ସେ ଟିପ୍ସ ଦେଇଥିଲେ। ଏହାଛଡ଼ା ଦୀପିକା ମଧ୍ୟ ତାଙ୍କ ପ୍ରେଜେକ୍ଟ ବିଷୟରେ କଥାବାର୍ତ୍ତା ହୁଅନ୍ତି। ଏହାକୁ ନେଇ ସେ ଖୁସି ଥିବା କହିଛନ୍ତି।

Share