ଏହି ଦିନ ପରଦାକୁ ଆସିବ ରଣବୀର-ଶ୍ରଦ୍ଧାଙ୍କ ଫିଲ୍ମ

ରଣବୀର କପୁର ଏବଂ ଶ୍ରଦ୍ଧା କପୁର ପ୍ରଥମ ଥର ପାଇଁ ଲଭ ରଞ୍ଜନଙ୍କ ଫିଲ୍ମରେ ଏକାଠି ନଜର ଆସିବେ। ତଥାପି, ଦେଖାଯାଉଛି ଯେ ପ୍ରଶଂସକମାନଙ୍କୁ ପରଦାରେ ଦେଖିବା ପାଇଁ ଟିକିଏ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ । ନିର୍ମାତା ଫିଲ୍ମର ରିଲିଜ ତାରିଖକୁ ୨୦୨୩ ମାର୍ଚ୍ଚ ୮କୁ ଘଞ୍ଚାଇ ଦେଇଛନ୍ତି। ଆସନ୍ତା ବର୍ଷ ଗଣତନ୍ତ୍ର ଦିବସରେ ଅର୍ଥାତ୍‌ ୨୦୨୩ ଜାନୁୟାରୀ ୨୬ରେ ପ୍ରେକ୍ଷାଳୟକୁ ଆସିବାର ଥିଲା। ରଣବୀର ଏବଂ ଶ୍ରଦ୍ଧା କପୁରଙ୍କ ଏହି ଫିଲ୍ମ ଯାହାର କିଛି ଅଂଶ ଦିଲ୍ଲୀରେ ଶୁଟିଂ କରାଯାଇଥିଲା। କରୋନା ମହାମାରୀ ଯୋଗୁ ଏହାର ଶୁଟିଂ ଏବଂ ରିଲିଜ୍‌ ତାରିଖକୁ ସ୍ଥଗିତ ରଖାଯାଇଥିଲା। ପରେ ନିର୍ମାତା ୨୦୨୧ ନଭେମ୍ବର ଘୋଷଣା କରିଥିଲେ ଯେ, ଫିଲ୍ମଟି ୨୦୨୩ ଜାନୁୟାରୀ ୨୬ରେ ପରଦାକୁ ଆସିବ। ତେବେ ଏହାର ରିଲିଜ୍‌ ତାରିଖ ଆହୁରି ଆଗକୁ ନିଆଯାଇଛି। ରଣବୀର ଏବଂ ଶ୍ରଦ୍ଧାଙ୍କର ଏହି ଫିଲ୍ମ ଆସନ୍ତା ବର୍ଷ ମାର୍ଚ୍ଚ ୮ରେ ପ୍ରେକ୍ଷାଳୟକୁ ଆସିବ।

 

Share