ରଣବୀର ସିଂ ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଳୀ, ୧୫।୮:ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ ମେଲବର୍ନ (ଆଇଆଇଏଫ୍‌ଏମ୍‌) ସମାରୋହରେ ରଣବୀର ସିଂଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି। କବୀର ଖାନ୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘୮୩’ ପାଇଁ ରଣବୀରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଫିଲ୍ମର କାହାଣୀ କପିଲ ଦେବଙ୍କ ଜୀବନୀ ଉପରେ ଆଧାରିତ। ଗତବର୍ଷ ଡିସେମ୍ବର ୨୪ରେ ଫିଲ୍ମଟି ମୁକ୍ତିଲାଭ କରିଥିଲା। ପୁରସ୍କୃତ ହେବା ପରେ ରଣବୀର ଆଇଆଇଏଫ୍‌ଏମ୍‌ ଜୁରୀଙ୍କୁ ଧନ୍ୟବାଦ ଜଣାଇବାସହ ୮୩ର ସମସ୍ତ କ୍ରିଉ ମ୍ବେରରଙ୍କୁ ଶ୍ରେୟ ଦେଇଛନ୍ତି।

Share