Categories: ବାଣିଜ୍ୟ

ରଣବୀର ସିଂ ଲାଭିର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୨୩।୮: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ପ୍ରିମିୟମ ବ୍ୟାଗ୍‌ ବ୍ରାଣ୍ଡ୍‌ ଲାଭି ସ୍ପୋର୍ଟ ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କୁ ବ୍ରାଣ୍ଡ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। ବିଶେଷକରି ବ୍ରାଣ୍ଡ୍‌ର ଉତ୍ପାଦଗୁଡିକ ବଜାରର ଶେଷ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାରେ ରଣବୀର ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବେ ବୋଲି ବ୍ରାଣ୍ଡ୍‌ ପକ୍ଷରୁ ଆଶା କରାଯାଉଛି। ଏପରିକି ଉତ୍ପାଦର ଠିକ୍‌ ପସନ୍ଦ ସହିତ ସକ୍ରିୟ ଜୀବନଶୈଳୀକୁ ବଢାଇବା ପାଇଁ ଏକ ମହତ ଅଭିଳାଷା ସହିତ ରଣବୀରଙ୍କ ସହ ଏହି ସହଭାଗିତା ଆଜିର ଶୈଳୀ-ସଚେତନ ଯୁବକଙ୍କ ଚାହିଦା ପୂରଣ କରିବା ପାଇଁ ଲାଭି ସ୍ପୋର୍ଟର ପ୍ରତିବଦ୍ଧତାକୁ ସୂଚିତ କରୁଛି। ସେହିଭଳି ଲାଭି ସ୍ପୋର୍ଟର ପରିଚୟ ଅନୁଯାୟୀ ରଣବୀର ସିଂହ ସର୍ବଦା ଫ୍ୟାଶନ ଶୈଳୀର ଏକ ଉପଯୁକ୍ତ ଭାବନା ସହ ଦର୍ଶକଙ୍କୁ ଆକର୍ଷିତ କରି ଆସୁଛନ୍ତି।
ଏ ସମ୍ପର୍କରେ ଲାଭି ଆଣ୍ଡ ଲାଭି ସ୍ପୋର୍ଟର ସିଇଓ ତଥା ପ୍ରତିଷ୍ଠାତା ଆୟୁଷ ଟେନୱାଲା କହିଛନ୍ତି, ବ୍ରାଣ୍ଡ୍‌ରେ ଆମେ ସର୍ବଦା ଉତ୍କର୍ଷ ଅନୁସରଣ କରୁଛୁ ଏବଂ ଉଚ୍ଚମାନ ସ୍ଥିର କରିବାକୁ ଲକ୍ଷ୍ୟ ରଖିଛୁ। ଏପରିକି ଆମେ ଆମର ଗ୍ରାହକଙ୍କୁ ଆକର୍ଷିତ କରୁଥିବା ସର୍ବଶେଷ ଧାରା ବଜାଇ ରଖିବା ପାଇଁ ପ୍ରୟାସ ଜାରି ରଖିଛୁ। ସେହିପରି ରଣବୀର ସିଂ ଆମ ପରିବାରରେ ଯୋଗଦେଇଥିବାରୁ ଆମେ ବେଶ୍‌ ଉତ୍ସାହିତ ଅଛୁ। ଅପରପକ୍ଷରେ ସୁପରଷ୍ଟାର ରଣବୀର ସିଂ କହିଛନ୍ତି, ଲାଭି ସ୍ପୋର୍ଟରେ ଯୋଗ ଦେଇ ମୁଁ ବେଶ୍‌ ଆନନ୍ଦିତ, ଯାହା ଏକ ଶୈଳୀ,କାର୍ଯ୍ୟକାରିତା ଏବଂ ଆରାମକୁ ନିଜ ଶୈଳୀ ଏବଂ ପସନ୍ଦରେ ମିଶ୍ରଣ କରିଥାଏ।

Share