ମୁମ୍ବାଇ: ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପରେ ରଣବୀର କପୁର ପୁଣି ଥରେ ବକ୍ସ ଅଫିସରେ ସଫଳତାର ସ୍ବାଦ ଚାଖିଛନ୍ତି। ତାଙ୍କ ଫିଲ୍ମ ‘ତୁ ଝୁଠି, ମୈ ମକ୍କର’ ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରୁଛି। ତାଙ୍କ ଫିଲ୍ମର ପ୍ରମୋଶନ ସମୟରେ ରଣବୀର ଝିଅ ରାହାଙ୍କଠାରୁ କ୍ୟାରିଅର ପର୍ଯ୍ୟନ୍ତ ଅନେକ କଥା କହିଛନ୍ତି।
ରଣବୀର କହିଛନ୍ତି, ସେ ଅନୁଷ୍କା ଶର୍ମାଙ୍କ ସହ ଶେଟ୍ରେ କାମ କରିବାକୁ ବହୁତ ପସନ୍ଦ କରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଶ୍ରଦ୍ଧା, ଆଲିଆ, ଦୀପିକା ଏବଂ କ୍ୟାଟ୍ରିନାଙ୍କ ସହ କାମ କରିବାକୁ ଚାହୁଁଛନ୍ତି। ଏହା ଶୁଣିବା ମାତ୍ରେ ଦର୍ଶକ କହିଛନ୍ତି, ଆଲିଆ ରାଗି ପଞ୍ଚମ ହୋଇଯିବେ।
ହୋଲିରେ ରିଲିଜ ପୂର୍ବରୁ ରଣବୀର ତାଙ୍କ ଫିଲ୍ମର ପ୍ରମୋଶନ କରୁଥିଲେ। ଏହି ସମୟରେ ଏକ ସାକ୍ଷାତକାରରେ ତାଙ୍କୁ ପଚରାଗଲା ଯେ, ସେ କେଉଁ ଅଭିନେତ୍ରୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି। ଏହି ପ୍ରଶ୍ନର ତୁରନ୍ତ ଉତ୍ତର ଦେଇ ରଣବୀର କହିଛନ୍ତି, ପ୍ରକୃତରେ କ୍ରୀତି ସାନନଙ୍କ ସହ କାମ କରିବାକୁ ଚାହୁଁଛନ୍ତି।
ପ୍ରଥମ ଥର ଶ୍ରଦ୍ଧା ଏବଂ ରଣବୀରଙ୍କ ଯୋଡ଼ି ‘ତୁ ଝୁଠି, ମୈ ମକ୍କର’ରେ ଦେଖିବାକୁ ମିଳିଥିଲା। ଉଭୟଙ୍କ ରୋମାଣ୍ଟିକ କେମେଷ୍ଟ୍ରି ଦର୍ଶକଙ୍କ ହୃଦୟ ଜିତିଥିଲା। ରଣବୀର-ଶ୍ରଦ୍ଧା ଅଭିନୀତ ଫିଲ୍ମ ବକ୍ସ ଅଫିସରେ ଦୁଇ ଦିନରେ ୨୫ କୋଟିରୁ ଅଧିକ ବ୍ୟବସାୟ କରିଛି।