ସ୍ତ୍ରୀଙ୍କ ପାଇଁ ଟ୍ରୋଲ୍‌ ହେଲେ ରଣବୀରଙ୍କୁ

ମୁମ୍ବାଇ: ଆଦିତ୍ୟ ଚୋପ୍ରାଙ୍କ ମା’ ପାମେଲା ଚୋପ୍ରାଙ୍କ ୭୫ ବର୍ଷରେ ଶୁକ୍ରବାର ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁ ପରେ ତାଙ୍କୁ ଶେଷଦର୍ଶନ କରିବାକୁ ଘରକୁ ସେଲିବ୍ରିଟିଙ୍କ ଆଗମନ ହୋଇଥିଲା। ସେଠାକୁ କରୀନା କପୁର, ସୈଫ ଅଲି ଖାନ୍‌, କାଜଲ, ଅଜୟ ଦେବଗନ୍‌ଙ୍କ ସମେତ ଅନେକ ସେଲିବ୍ରିଟି ଆସିଥିଲେ। ତେବେ ବିଳମ୍ବିତ ସମୟରେ ବି-ଟାଉନ କପଲ ରଣବୀର କପୁର ଏବଂ ଆଲିଆ ଭଟ୍ଟ ସେଠାରେ ପହଞ୍ଚତ୍ଥିଲେ। ଭିତରକୁ ଯିବା ସମୟରେ ରଣବୀର ଆଲିଆଙ୍କ ଚପଲ ଉଠାଇ ସେଠାରେ ଥିବା ଏକ ମନ୍ଦିର ସମ୍ମୁଖରେ ରଖିଦେଇଥିଲେ, ଯାହାକୁ ନେଇ ଏବେ ଟ୍ରୋଲ୍‌ ହେବାକୁ ପଡ଼ିଛି। ଏଥିରେ ୟୁଜର୍ସ ଅନେକ ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ସେଠାରେ ମନ୍ଦିର ଥିବା ସତ୍ତ୍ୱେ କିପରି ତାହା ରଣବୀରଙ୍କୁ ଦେଖାଗଲାନି। ତେବେ ଶେଷ ଥର ରଣବୀର ‘ତୁ ଝୁଟି ମେ ମକ୍କାର’ ଫିଲ୍ମରେ ଶ୍ରଦ୍ଧା କପୁରଙ୍କ ସହ ନଜରକୁ ଆସିଥିଲେ। ଆଗକୁ ତାଙ୍କ ଫିଲ୍ମ ‘ଆନିମଲ’ ଆସିବାକୁ ଯାଉଛି, ଯେଉଁଥିରେ ସେ ରଶ୍ମକା ମାନ୍ଦାନାଙ୍କ ସହ ଏକାଠି ପରଦା ଶେୟାର କରିବେ।

Share