ଫିଲ୍ମ ‘ଆନିମଲ୍‌’ରେ ନଜର ଆସିବେ ରଣବୀର, ରଶ୍ମିକାଙ୍କ ସହ କରିବେ ସ୍କ୍ରିନ୍‌ ଶେୟାର

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତା ରଣବୀର କପୁର ଏବେ ତାଙ୍କ ଆଗାମୀ ଫିଲ୍ମକୁ ନେଇ ବ୍ୟସ୍ତ ରହିଛନ୍ତି। ତେବେ ଏହା ଭିତରେ ତାଙ୍କର ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଲମ୍ବା ଚୁଟି, ଦାଢ଼ି ସହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ମିଳୁଛି। ପ୍ରକୃତରେ ରଣବୀରଙ୍କ ଏହି ଫଟୋ ତାଙ୍କ ଫିଲ୍ମ ‘ଆନିମଲ୍‌’ର ଅଂଶବିଶେଷ। ଏଥିରେ ରଣବୀର ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଲିଡ୍‌ ରୋଲ୍‌ରେ ଦେଖିବାକୁ ମିଳିବ। ଫିଲ୍ମଟି ଏକ ଗ୍ୟାଙ୍ଗଷ୍ଟର ଡ୍ରାମା। ଫିଲ୍ମ‘କବୀର ସିଂ’ର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି। ଏଥିସହ ବଲିଉଡ୍‌ ଅଭିନେତା ସୈଫ୍‌ ଅଲି ଖାନ୍‌ଙ୍କ ଦିଲ୍ଲୀର ପାଟଉଡି ପ୍ୟାଲେସ୍‌ରେ ଏହି ଫିଲ୍ମର ଅନ୍ୟ ଏକ ଶୁଟିଂର ଫଟୋ ଦେଖିବାକୁ ମିଳୁଛି। ତେବେ ରଣବୀରଙ୍କ ଏପରି ନୂଆ ଲୁକ୍‌ ଦର୍ଶକଙ୍କ ମନରେ ଆଶା ଆଣିଦେଇଛି। ଏହି ଫିଲ୍ମରେ ଅନ୍ୟ ଚରିତ୍ରରେ ପରିଣୀତି ଚୋପ୍ରା, ଅନିଲ କପୁର, ସୌରଭ ଶୁକ୍ଳା, ବିପିନ କର୍କି, ଶରତ ଶକ୍‌ସେନା ପ୍ରମୁଖଙ୍କୁ ଦେଖିବାକୁ ମିଳିବ।

Share