ଆଲିଆଙ୍କୁ ଏହି ସ୍ବତନ୍ତ୍ର ଉପହାର ଦେବେ ରଣବୀର

ଦୀର୍ଘ ଦିନ ପ୍ରତୀକ୍ଷା ପରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ସାରା ଜୀବନ ପାଇଁ ସାଥୀ ହେବାକୁ ଯାଉଛନ୍ତି। ହାତରେ ମେହେନ୍ଦୀ ପିନ୍ଧି ସବ୍ୟସାଚୀଙ୍କ ଲେହେଙ୍ଗାରେ ରଣବୀରଙ୍କ ସ୍ତ୍ରୀ ସାଜିବାକୁ ପ୍ରସ୍ତୁତ ଅଛନ୍ତି ଆଲିଆ। ଆରକେ ଷ୍ଟୁଡିଓରେ ଉଭୟଙ୍କ ବିବାହ ଉତ୍ସବର ଆୟୋଜନ କରାଯାଉଛି। ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ବିବାହକୁ ସ୍ବତନ୍ତ୍ର କରିବା ପାଇଁ ଆଲିଆ ଏବଂ ରଣବୀର କୌଣସି ସୁଯୋଗକୁ ହାତ ଛଡା କରିବାକୁ ଚାହୁଁନାହାନ୍ତି। ଏଥିପାଇଁ ନିଜ ଭାବି ସ୍ତ୍ରୀଙ୍କ ପାଇଁ ବିଦେଶରୁ ସ୍ବତନ୍ତ୍ର ଭାବେ ଏକ ଓ୍ବେଡିଂ ବ୍ୟାଣ୍ଡ୍‌ ଆଣିଛନ୍ତି। ଏହି ବ୍ୟାଣ୍ଡରେ ସମୁଦାୟ ୮ଟି ହୀରା ଲାଗିଛି। ରଣବୀରଙ୍କ ପାଇଁ ତାଙ୍କର ଜଣେ ବନ୍ଧୁ ଏହି ବ୍ୟାଣ୍ଡ ଆଣିଛନ୍ତି।
ଆଲିଆ ଏବଂ ରଣବୀର କପୁରଙ୍କ ବିବାହ ରୀତିନୀତି ଏପ୍ରିଲ ୧୩ ଅର୍ଥାତ୍‌ ଆଜିଠୁ ଆରମ୍ଭ ହେବ। ୧୩ରେ ମେହେନ୍ଦୀ , ୧୪ରେ ସଙ୍ଗୀତ ଓ ହଳଦୀ କାର୍ଯ୍ୟକ୍ରମ ଆରକେ ଷ୍ଟୁଡିଓରେ ହିଁ ହେବ। ତେବେ ବିବାହ ତାରିଖ ନେଇ କିଛି ନିର୍ଦ୍ଦିଷ୍ଟ ସୂଚନା ମିଳିନି। ରଣବୀରଙ୍କ ମାତା ପିତା ନୀତୁ କପୁର ଏବଂ ରିଷି କପୁରଙ୍କ ବିବାହ ଆରକେ ଷ୍ଟୁଡିଓରେ ହୋଇଥିବାରୁ ଉଭୟ ରଣବୀର- ଆଲିଆ ମଧ୍ୟ ନିଜ ୱେଡିଙ୍ଗ ପାଇଁ ଏହି ସ୍ଥାନ ବାଛିଛନ୍ତି। ବିବାହ ପରେ ଆଲିଆ ଓ ରଣବୀରଙ୍କ ନୂଆ ଠିକଣା ପାଲଟିବ କ୍ରୀଷ୍ଣା ରାଜ ଆପାର୍ଟମେଣ୍ଟ । ଏହାକୁ ମଧ୍ୟ ଆଲୋକମାଳାରେ ସଜାଯାଇଛି।

Share