ବନ୍ଧୁଙ୍କ ସହ ବି ଝିଅର ଫଟୋ ଶେୟାର କରିବେ ନାହିଁ ଆଲିଆ-ରଣବୀର !

ମୁମ୍ବାଇ: ନିକଟରେ ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁର ଫ୍ୟାରେଣ୍ଟସ୍ ହୋଇଛନ୍ତି । ଆଲିଆ ଏକ କନ୍ୟା ସନ୍ତାନର ମାଆ ହୋଇଛନ୍ତି । ଏବେ ଏହି କୁନି ଝିଅକୁ ଦେଖିବାକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା ରଖିଛନ୍ତି । ଗୋଟିଏ ପଟେ ଆଲିଆ-ରଣବୀରଙ୍କ ଝିଅର ପ୍ରଥମ ଝଲକ ପାଇବାକୁ ପ୍ରଶଂସକ ଏକ୍ସାଇଟେଡ ଥିବା ବେଳେ ଅନ୍ୟପଟେ ଏହି ସିଲିବ୍ରିଟି ଦମ୍ପତି କିନ୍ତୁ ଏହାର ପୂରା ବିପରିତ ହୋଇ ରହିଛନ୍ତି । ଠିକ୍ ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ଭଳି ଏହି କପୁଲ ତାଙ୍କ ଝିଅ ପାଇଁ ପ୍ରୋଟେକଟିଭ ରହିଛନ୍ତି । ତେଣୁ ସେ ସୋସିଆଲ ମିଡିଆରେ ଝିଅର ଫଟୋ ଶେୟାର କରିବାକୁ ଆଦୌ ଚାହୁଁ ନାହାନ୍ତି । ଏମିତିକି ବନ୍ଧୁ ପରିଜନକଙ୍କୁ ବି ଝିଅ ନିକଟକୁ ଯିବାକୁ ବାରଣ କରାଯାଉଛି । କାହିଁକିନା କେହି ଯଦି ଝିଅର ଫଟୋ ଉଠାଇ ସୋସିଆଲ ମିଡିଆରେ ଅପଲୋଡ କରିଦେବେ ଏହି ଭୟ ରହୁଛନ୍ତି ଆଲିଆ-ରଣବୀରଙ୍କୁ । ଆଉ ପରେ ଏହା ଭାଇରାଲ ହୋଇଯିବ । ତେଣୁ ଝିଅର ଫଟୋ ଶେୟାର କରିବା ବିରୋଧରେ ରହିଛନ୍ତି ଆଲିଆ-ରଣବୀର ।
ସୂଚନାଯୋଗ୍ୟ. ଆଲିଆ-ରଣବୀର ଚଳିତ ବର୍ଷ ଅର୍ଥାତ୍ ଏପ୍ରିଲ ୧୪, ୨୦୨୨ରେ ବିବାହର କରିଥିଲେ । ଆଉ ବିବାହର ଦୁଇମାସ ପର ସେ ତାଙ୍କ ପ୍ରଶଂସକଙ୍କୁ ଖୁସି ଖବର ଦେଇଥିଲେ । ତେବେ ବିବାହର ଦୁଇ ମାସ ମଧ୍ୟର ପ୍ରେ୍‌୍‌ଗ୍ନେସିର ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଥିଲେ ଏହି ଷ୍ଟାର କପୁଲ ।

 

Share