ଜଲ୍‌ଓ୍ବା ଦେଖାଇବେ ରଣବୀର

ମୁମ୍ବାଇ: ଆସନ୍ତା ୨ ବର୍ଷ ମଧ୍ୟରେ ବଲିଉଡ୍‌ ଆକ୍ସନ ହିରୋ ରଣବୀର ସିଂଙ୍କୁ ଅନେକ ବଡ ଫିଲ୍ମରେ ଦେଖିବାକୁ ମିଳିବ। ଆଗାମୀ ଦିନରେ ‘ଶକ୍ତିମାନ’ ଓ ‘ସିଘଂମ୍‌ ଏଗେନ’ ଚଳଚ୍ଚିତ୍ରରେ ରଣବୀର ନିଜ ଜଲୱା ଦେଖାଇବେ ବୋଲି ପୂର୍ବରୁ ସୂଚନା ଦେଇସାରିଛନ୍ତି। ତେବେ ଏଥି ମଧ୍ୟରେ ସେ ଆଦିତ୍ୟ ଧରଙ୍କ ସହ ହାତ ମିଳାଇ ଆଉଏକ ଆକ୍ସନ୍‌ ଫିଲ୍ମ ସାଇନ୍‌ କରିଛନ୍ତି। ‘ଉରି: ଦି ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଆଦିତ୍ୟ ଧର ଆଗାମୀ ଦିନରେ ଗୋଟିଏ ବଡ଼ ବଜେଟର ଆକ୍ସନ୍‌ ଫିଲ୍ମ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ଆକ୍ସନ୍‌ ଫିଲ୍ମରେ ମୁଖ୍ୟ ଭୂମିକା ପାଇଁ ସେ ରଣବୀର ସିଂଙ୍କୁ ପସନ୍ଦ କରିଛନ୍ତି। ଏନେଇ ଗତ ୩ ସପ୍ତାହ ମଧ୍ୟରେ ଉଭୟ ରଣବୀର ଓ ଆଦିତ୍ୟଙ୍କ ଅନେକ ଥର ସାକ୍ଷାତ ହୋଇଥିବା ସୂଚନା ମିଳିଛି। ଆଦିତ୍ୟଙ୍କଠାରୁ ଫିଲ୍ମର ସ୍କ୍ରିପ୍ଟ ଶୁଣି ଅଭିନୟ କରିବାକୁ ରଣବୀର ତୁରନ୍ତ ରାଜି ହୋଇଯାଇଥିବା ବିଭିନ୍ନ ସୂତ୍ରରୁ ଜଣା ପଡ଼ିଛି। ତେବେ ଚଳିତ ବର୍ଷ ‘ଶକ୍ତିମାନ’ ଓ ‘ଡନ୍‌ ୩’ର ସୁଟିଂରେ ରଣବୀର ସାମିଲ ହେବା ନେଇ ତାଙ୍କ ଟିମ୍‌ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା। କିନ୍ତୁ ଏବେ ରଣବୀର ଆଦିତ୍ୟଙ୍କ ବିଗ୍‌ ବଜେଟ ଆକ୍ସନ ମୁଭିକୁ ଅଧିକ ପ୍ରାଧାନ୍ୟ ଦେବାକୁ ସ୍ଥିର କରିଛନ୍ତି, ଯାହାର ଶୁଟିଂ ଚଳିତ ବର୍ଷ ଏପ୍ରିଲ-ମେ ମାସରୁ ଆରମ୍ଭ ହେବା ନେଇ ଅନୁମାନ କରାଯାଉଛି। ତେବେ ଏନେଇ ରଣବୀରଙ୍କ ଟିମ୍‌ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଚଳିତ ବର୍ଷ ଏପ୍ରିଲ-ମେ ମାସରେ ରଣବୀର ଆଦିତ୍ୟ ଧରଙ୍କ ନିର୍ମିତ ଆକ୍ସନ୍‌ ଫିଲ୍ମର ଶୁଟିଂ କରିବା ନେଇ ସୂଚନା ମିଳିଛି। ପରେ ସେ ଅଗଷ୍ଟ-ସେପ୍ଟେମ୍ବର ମାସରେ ‘ଡନ୍‌ ୩’ ଫିଲ୍ମର ସୁଟିଂ ଆରମ୍ଭ କରିବେ। ସେହିପରି ଆସନ୍ତାବର୍ଷ ମେ-ଜୁନରେ ରଣବୀର ‘ଶକ୍ତିମାନ’ର ଶୁଟିଂ କରିବେ। ଏସବୁ ମଧ୍ୟରେ ସେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ସିଘଂମ୍‌ ଏଗେନ’ର ଅବଶିଷ୍ଟ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରିବେ ବୋଲି ତାଙ୍କ ଟିମ୍‌ ପକ୍ଷରୁ ସୂଚନା ମିଳିଛି। ଆଦିତ୍ୟଙ୍କ ଏହି ବିଗ୍‌ ବଜେଟ ଆକ୍ସନ୍‌ ଫିଲ୍ମର ପେପର ୱାର୍କ ଶେଷ ହେବା ପରେ ଖୁବ୍‌ଶୀଘ୍ର ଏହାର ନାମକାରଣ ରଖାଯାଇ ଫିଲ୍ମକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ। ସୂଚନାଯୋଗ୍ୟ ଗତବର୍ଷ ରଣବୀରଙ୍କ ପାଇଁ ବେଶ୍‌ ଭଲ ରହିଥିଲା। ରଣବୀରଙ୍କ ଅଭିନୀତ ‘ରକି ଔର ରାନୀ କି ପ୍ରେମ କାହାନି’ ହିଟ୍‌ ସାବ୍ୟସ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁବଇରୁ ବୁଲେଟ ପ୍ରୁଫ କାର ମଗାଇଲେ ସଲମାନ, ଏହାର ଦାମ୍‌ ରହିଛି…

ମୁମ୍ବାଇ,୧୯।୧୦: ବାବା ସିଦ୍ଦିକୀଙ୍କ ମୃତ୍ୟୁ ପରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି। ନିକଟରେ ପୋଲିସ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସୁଟର...

ସଲମାନଙ୍କୁ ହତ୍ୟା ଧମକ ନେଇ ମୁହଁ ଖୋଲିଲେ ପିତା: କ୍ଷମା ମାଗିବା ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୧୯।୧୦: ଅଭିନେତା ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଆସୁଥିବା ଧମକ ଉପରେ ମୁହଁ ଖୋଲିଛନ୍ତି ପିତା ସଲିମ ଖାନ। ସେ କହିଛନ୍ତି, ସଲମାନ କାହାକୁ...

ଅଭିନେତା ବୁଦ୍ଧାଦିତ୍ୟଙ୍କ ନାଁରେ ଏତଲା: ଜାଣନ୍ତୁ କ’ଣ ରହିଛି ମାମଲା

ଭୁବନେଶ୍ୱର,୧୯ା୧୦(ସତ୍ୟଜିତ୍‌ ରାଉତ):ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଏନ୍‌ସିପି ନେତା ବାବା ସିଦ୍ଦିକଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ଗ୍ୟାଙ୍ଗଷ୍ଟର୍‌ ଲରେନ୍ସ ବିଷ୍ଣୋଇଙ୍କ ଫଟୋ ପୋଷ୍ଟ...

ଶୁଟିଂ ସେଟ୍‌ରେ ମୋର ମୃତ୍ୟୁ ହେଉ: ଶାହାରୁଖ ଖାନ୍‌

ମୁମ୍ବାଇ: ଶାହରୁଖ ଖାନଙ୍କୁ ବଲିଉଡର କିଙ୍ଗ ଖାନ ବୋଲି କୁହାଯାଏ। ବଲିଉଡ ଅଭିନେତା ଶାହାରୁଖ ଖାନ ଜଣେ ଏଭଳି ବ୍ୟକ୍ତିତ୍ବ ଯିଏ ସାରା ବିଶ୍ୱରେ ଖ୍ୟାତି...

ସଲମାନ କେମିତି କ୍ଷମା ମାଗିଲେ ମାନି ଯିବେ ଲରେନ୍ସ, ଜାଣନ୍ତୁ କ୍ଷମା ମାଗିବାକୁ କ’ଣ ରହିଛି କଡା ନିୟମ

ମୁମ୍ବାଇ,୧୮।୧୦: ରାଜାନେତା ବାବା ସିଦ୍ଦିକୀଙ୍କ ହତ୍ୟା ପରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କ ଘର ନିକଟରେ ଆସୁଥିବା ଲୋକଙ୍କ ଉପରେ...

‘ବାବା ସିଦ୍ଧକିଙ୍କଠାରୁ ଖରାପ ହେବ ଅବସ୍ଥା’; ପୁଣି ଭାଇଜାନଙ୍କୁ ଧମକ ମିଳିବା ପରେ ଚିନ୍ତାରେ ପରିବାର

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ। ମୁମ୍ବାଇ ପୋଲିସକୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ପକ୍ଷରୁ ଏକ ବାର୍ତ୍ତା ମିଳିଛି। ଯେଉଁଥିରେ ଅଭିନେତାଙ୍କୁ...

ବିଶ୍ୱର ସବୁଠୁ ହ୍ୟାଣ୍ଡ୍‌ସମ୍‌ ଆକ୍ଟର କିଏ ଜାଣନ୍ତି: ଏହି ସ୍ଥାନରେ ଅଛନ୍ତି ଶାହରୁଖ

ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ ଖାନ ହେଉଛନ୍ତି ଭାରତର ସବୁଠାରୁ ବଡ ତାରକା। ସେ ଅନେକ ଫିଲ୍ମରେ କାମ କରିଛନ୍ତି ଏବଂ ପ୍ରତ୍ୟେକ ଥର ସେ ନିଜର...

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri