ଡ୍ୟାନ୍ସ ନମ୍ବରରେ ଦର୍ଶକଙ୍କ ଦିଲ ଜିତିବେ ରଣବୀର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କୁ କୋରିଓଗ୍ରାଫରରୁ ନର୍ଦ୍ଦେଶକ ହୋଇଥିବା ବୋସକୋ ଲେସଲି ମାର୍ଟିସଙ୍କ ନିର୍ଦ୍ଦେଶନାରେ ନିର୍ମାଣ କରାଯାଇଥିବା ପ୍ରଥମ ମୁଭି ‘ରକେଟ ଗ୍ୟାଙ୍ଗ’ରେ ଏକ ବିଶେଷ ଡ୍ୟାନ୍ସ ନମ୍ବରରେ ସାମିଲ କରାଯାଇଛି । ଏହାର ଟିଜର ସୋମବାର ରିଲିଜ୍ ହେବ । ରଣବୀର ଓ ବୋସ୍‌କୋ ଇମିତିଆଜ ଅଲିଙ୍କ ‘ତମାସା’ ଓ ’ରକଷ୍ଟାର\’ ସହ କିଛି ପ୍ରୋଜେକ୍ଟରେ ଏକାଠି କାମ କରିସାରିଛନ୍ତି ।
ସେଥିପାଇଁ ଅଭିନେତା ତାଙ୍କ ବନ୍ଧୁଙ୍କ ପ୍ରଶଂସା ପାଇଁ ଆଇଟମ ନମ୍ବରରେ ଆସିବାକୁ ସ୍ଥିର କରିନେଲେ । ଏହାକୁ ନେଇ ବୋସକୋ କହିଛନ୍ତି, ମୁଁ ରଣବୀରଙ୍କୁ ବିଶେଷ ଅତିଥି ଭାବେ ପାଇଥିବାରୁ ଖୁବ୍ ଖୁସି । ସେ ଜଣେ ଭଲ ଡ୍ୟାନ୍ସର ଓ ଅଭିନେତା । ମୁଁ ସମ୍ପୂର୍ଣ୍ଣ ଗୀତକୁ କୋରିଓଗ୍ରାଫ କରିଛି ଆଉ ବାସ୍ତବରେ ମୁଁ ଖୁସି ଅଛି ।
ସୂଚନା ଅନୁଯାୟୀ, ମୁଭି ‘ରକେଟ ଗ୍ୟାଙ୍ଗ’ ଏକ ଡ୍ୟାନ୍ସ ହରର-କମେଡି ଫିଲ୍ମ । ଏଥିରେ ନିକିତା ଦତ୍ତ ଓ ଲୋକପ୍ରିୟ ଡ୍ୟାନ୍ସ ରିୟଲିଟି ଶୋ’ର ବାଳ କଳାକାରଙ୍କ ସହ ଆଦିତ୍ୟ ସିଲ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ୧୧ ନଭେମ୍ବରରେ ରିଲିଜ୍ ହେବ ।

Share