କରଣଙ୍କୁ ନେଇ ରଣବୀରଙ୍କୁ ସତର୍କ କରିଥିଲେ ବାପା, କାରଣ ଜାଣିଲେ…

ବଲିଉଡ୍‌ ଅଭିନେତା ରଣବୀର କପୁର ବର୍ତ୍ତମାନ ତାଙ୍କ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅନ୍ୟପଟେ ରଣବୀର ପ୍ରଥମ ଥର ଆଲିଆ ଭଟ୍ଟଙ୍କ ସହ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ। ବର୍ତ୍ତମାନ ରଣବୀର କପୁର ଫିଲ୍ମ ‘ଶମଶେରା’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଫିଲ୍ମ ସହ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଖୋଲାଖୋଲି କହିଛନ୍ତି। ରଣବୀର ବାପା ଋଷି କପୁର ଓ ନିର୍ଦ୍ଦେଶକ କରଣ ମଲହୋତ୍ରାଙ୍କ ସହ ଜଡ଼ିତ ଏକ କଥା ଶେୟାର କରିଛନ୍ତି ।
‘ଶମଶେରା’ର ନିର୍ଦ୍ଦେଶକ କରଣ ମଲହୋତ୍ରାଙ୍କ ଫିଲ୍ମ ଅଗ୍ନିପଥରେ ଋଷି କାମ କରିଥିଲେ। ଏହି ବିଷୟରେ ରଣବୀର କହିଛନ୍ତି, ବାପା ତାଙ୍କୁ ସତର୍କ କରାଇ କହିଥିଲେ, ଆଗକୁ ଯେତେବେଳେ ତାଙ୍କ ସହ କାମ କରିବୁ ତୁ’ ବହୁତ ଅନୁତାପ କରିବୁ। କରଣ ମଲହୋତ୍ରା ବହୁତ ହାର୍ଡ ଟାକ୍ସମାଷ୍ଟର। ବହୁତ ଟାକ୍ସ ଦେଇଥାନ୍ତି , ଧର୍ଯ୍ୟର ପରୀକ୍ଷା ନିଅନ୍ତି । ପ୍ରସ୍ତୁତ ରହିବୁ। ହେଲେ ଯେବେ ଆମେ ଫିଲ୍ମ ଦେଖୁ , ସବୁ ପରିଶ୍ରମ ଆଦାୟ ହୋଇଯାଏ ।

Share