‘ସିଂଘମ ଏଗେନ୍‌’ରେ ରଣବୀରଙ୍କ ଲୁକ୍‌ ଆଉଟ୍‌

ଆଜିକାଲି ରୋହିତ ସେଟ୍ଟୀଙ୍କ ‘ସିଂଘମ ଏଗେନ୍‌’କୁ ଚର୍ଚ୍ଚା ଜୋର ଧରିଛି। ଏହି ଫିଲ୍ମରେ ପୁଣି ଥରେ ସିଂଘମ ଅର୍ଥାତ୍‌ ଅଜୟ ଦେବଗନଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ। ଏଥର ଫିଲ୍ମ ଷ୍ଟାର୍‌ କାଷ୍ଟ ମଧ୍ୟ ବହୁତ ଭଲ। ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କୁ ମଧ୍ୟ ‘ସିଂଘମ ଏଗେନ୍‌’ରେ ଶକ୍ତିଶାଳୀ ଆକ୍ସନ କରୁଥିବା ଦେଖିବାକୁ ମିଳିବ। ନିକଟରେ ଫିଲ୍ମରେ ରଣବୀରଙ୍କ ପ୍ରଥମ ଲୁକ ମଧ୍ୟ ପ୍ରକାଶ ପାଇଛି।
ଅଜୟ ଦେବଗନ ନିଜେ ଏକ୍ସରେ ରଣବୀର ସିଂଙ୍କ ପ୍ରଥମ ଲୁକ ଶେୟାର କରିଛନ୍ତି। ପୋଷ୍ଟରରେ ରଣବୀର ପୋଲିସ ୟୁନିଫର୍ମରେ ଦେଖାଯାଉଛି। ବିଶେଷ କଥା ହେଉଛି ସଂଗ୍ରାମ ଭାଲେରାଓ ଭୂମିକାରେ ନଜର ଆସିଥିବା ରଣଭୀର ସିଂଙ୍କ ଏହି ପୋଷ୍ଟରର ବ୍ୟାକ୍‌ଗ୍ରାଉଣ୍ଡରେ ଭଗବାନ ହନୁମାନଙ୍କ ଫଟୋ ମଧ୍ୟ ଦେଖାଯାଉଛି। ଏହା ଦେଖି ପ୍ରଶଂସକଙ୍କ ଉତ୍ସାହ ଆହୁରି ବଢିଚାଲିଛି। ରଣବୀରଙ୍କ ପୋଷ୍ଟର ଶେୟାର କରିବାବେଳେ ଅଜୟ କ୍ୟାପସନରେ ଲେଖିଛନ୍ତି, ମୋ ଟିମ୍‌ର ସବୁଠାରୁ କୁଖ୍ୟାତ ଅଧିକାରୀ।
‘ସିଂଘମ ଏଗେନ୍‌’ ୧୫ ଅଗଷ୍ଟ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଫିଲ୍ମଟି ଅଲୁ ଅର୍ଜୁନଙ୍କ ‘ପୁଷ୍ପା ୨’କୁ ଟକ୍କର ଦେବ।

Share