ଅଭିନେତ୍ରୀ ଅମୀଷା ପଟେଲଙ୍କ ନାଁରେ ୱାରେଣ୍ଟ ଜାରି

ରାଞ୍ଚି,୭।୪: ଠକେଇ ଓ ଚେକ ବାଉନ୍ସ ମାମଲାରେ ବଲିଉଡ ଅଭିନେତ୍ରୀ ଅମୀଷା ପଟେଲ ଓ ତାଙ୍କ ବିଜନେସ ପାର୍ଟନର କ୍ରୁନାଲଙ୍କ ବିରୋଧରେ ରାଞ୍ଚିର ଏକ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି।

ଝାଡଖଣ୍ଡର ଫିଲ୍ମ ପ୍ରଡ୍ୟୁସର ଅଜୟ କୁମାର ସିଂ ଅମୀଷା ପଟେଲ ଓ ତାଙ୍କ ବିଜନେସ ପାର୍ଟନରଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଥିଲେ। ଯାହାପରେ ଏହି ୱାରେଣ୍ଟ ଜାରି କରାଯାଇଥିବା ଜଣାପଡିଛି।

ଅନ୍ୟପଟେ, ଅଭିନେତ୍ରୀଙ୍କୁ କୋର୍ଟ ସମନ ପଠାଇଥିଲେ। ହେଲେ ସେ କିମ୍ବା ତାଙ୍କ ଓକିଲ କୋର୍ଟରେ ହାଜର ହୋଇ ନ ଥିଲେ। ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୫ ହେବ।

Share