Posted inଜାତୀୟ

ଝାଡଖଣ୍ଡରେ ଚାଲିଲା ମୋଦିଙ୍କ ଯାଦୁ! ପଲଟିଗଲା ହେମନ୍ତ ସୋରେନଙ୍କ ଖେଳ

ରାଞ୍ଚି,୨୧।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନ ବର୍ତ୍ତମାନ ଶେଷ ହୋଇଛି। ଏବେ ନଭେମ୍ବର ୨୩ରେ ହେବାକୁ ଥିବା ଫଳାଫଳ ଦିନକୁ ଅପେକ୍ଷା କରିଛନ୍ତି । ଅବଶ୍ୟ, ଏହା ପୂର୍ବରୁ ଏକଜିଟ ପୋଲ ସମସ୍ତଙ୍କୁ ଚକିତ କରିଛି। ଯେଉଁଥିରେ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଜଣାପଡିଛି। ଏଭଳି ପରିସ୍ଥିତିରେ ଝାଡଖଣ୍ଡ ନିର୍ବାଚନରେ ଭାଜପାର ନିର୍ବାଚନୀ ପ୍ରତିଶ୍ରୁତି ପ୍ରଭାବଶାଳୀ ପ୍ରମାଣିତ ହୋଇଛି ବୋଲି କୁହାଯାଉଛି। ଅନ୍ୟପକ୍ଷରେ, ନିର୍ବାଚନ ତାରିଖ ଘୋଷଣା ହେବାର ଗୋଟିଏ ଦିନ ପୂର୍ବରୁ ହେମନ୍ତ ସୋରେନଙ୍କ ସରକାର ବଡ଼ ଚାଲ୍‌ କରି ଏକ ମଇଆ ଯୋଜନା ଅଧୀନରେ ଦିଆଯାଉଥିବା ଭତ୍ତା ବୃଦ୍ଧି କରି ଏକ ବଡ ନିଷ୍ପତ୍ତି ନେଇଥିଲେ। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଭାଜପା ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଗଲା, ଆଉ ଭାଜପା ଗୋଗୋ ଦିଦି ଯୋଜନା ଘୋଷଣା କରିଦେଲା।

ଗୋଗୋ ଦିଦି ଯୋଜନା ଭାଜପା ଏହାର ମନିଫେଷ୍ଟୋରେ ଘୋଷଣା କରଥିଲା। ଏହି ଯୋଜନା ଅଧୀନରେ ଝାଡଖଣ୍ଡର ମହିଳାମାନଙ୍କୁ ପ୍ରତି ମାସରେ ୨୧୦୦ଟଙ୍କା ମିଳିବା ନେଇ ପ୍ରତିଶ୍ରୁତି ଦିଆଯାଥିଲା। ଏହି ଯୋଜନା ମାଧ୍ୟମରେ ଝାଡ଼ଖଣ୍ଡରେ ଏନଡିଏ ସରକାର ଗଠନ ହେବା ମାତ୍ରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତି ମାସରେ ୨୧୦୦ଟଙ୍କା ପଠାଯିବ। ଯେତେବେଳେ ହେମନ୍ତ ସରକାରଙ୍କ ଯୋଜନା ଅଧୀନରେ ମହିଳାମାନେ ପ୍ରତି ମାସରେ ୧୦୦୦ ଟଙ୍କା ଦିଆଯିବ। ନିର୍ବାଚନ ଫଳାଫଳ ପୂର୍ବରୁ ମଧ୍ୟ ଭାଜପା କର୍ମୀମାନେ ଘରଘରକୁ ଯାଇ ମହିଳାମାନଙ୍କ ଫର୍ମ ପୂରଣ କରିବାକୁ ଲାଗିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

୮ ବର୍ଷୀୟାଙ୍କୁ ହତ୍ୟା, ଜାଳିଦେଲେ ସାବତ ମା’

ବକ୍ସର, ୨।୨: ବିହାରର ବକ୍ସର ଜିଲା ଡୁମରାଓ ଥାନା ନୟା ଭୋଜପୁର ଅଞ୍ଚଳରେ ଜଣେ ମହିଳା ନିଜର ୮ ବର୍ଷିୟା ସାବତ ଝିଅଙ୍କୁ ଗଳା ଚିପି ହତ୍ୟା...

କଙ୍ଗୋରେ ବିଦ୍ରୋହୀଙ୍କ ତାଣ୍ଡବ: ଭାରତୀୟ ଦୂତାବାସର ଆଡ଼ଭାଇଜରୀ ଜାରି

ନୂଆଦିଲ୍ଲୀ, ୨ା୨: କଙ୍ଗୋର କିନଶାସା ରାଜ୍ୟରେ ଥିବା ଭାରତୀୟ ଦୂତାବାସ ବୁକାଭୁରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ “ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ” ପରାମର୍ଶ ଜାରି...

ବସନ୍ତ ପଞ୍ଚମୀ ଅମୃତ ସ୍ନାନ ପାଇଁ ମହାକୁମ୍ଭରେ ବ୍ୟାପକ ପ୍ରସ୍ତୁତି: ହାଇ ଆଲର୍ଟରେ ମେଡିକାଲ ଟିମ୍‌

ପ୍ରୟାଗରାଜ/ମହାକୁମ୍ଭ ନଗର,୨।୨: ଉତ୍ତରପ୍ରଦେଶର ପ୍ରୟାଗରାଜ ମହାକୁମ୍ଭରେ ଗତ ମାସ ୨୯ ତାରିଖ ମୌନି ଅମାବାସ୍ୟା ଅମୃତ ସ୍ନାନ ବେଳେ ଦଳାଚକଟା ଘଟି ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ...

ପଞ୍ଚାୟତ ନିର୍ବାଚନ ପୂର୍ବରୁ ତେଲଙ୍ଗାନା କଂଗ୍ରେସରେ ଫାଟ

ହାଇଦ୍ରାବାଦ,୨।୨: ତେଲଙ୍ଗାନାରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶାସକ ଦଳରେ ଅସନ୍ତୋଷକୁ ନେଇ ଚିନ୍ତା ବଢ଼ିଛି। ନିର୍ବାଚନ ପୂର୍ବରୁ କଂଗ୍ରେସର ୧୦ ଜଣ ବିଧାୟକ ଗୋପନରେ ରୁଦ୍ଧଦ୍ୱାର...

ଉତ୍ତରପ୍ରଦେଶ ସମେତ ଏସବୁ ରାଜ୍ୟରେ ବର୍ଷା: ଏହି ରାଜ୍ୟଗୁଡ଼ିକରେ ପଡ଼ିବ ପ୍ରବଳ ଥଣ୍ଡା! ସତର୍କ କଲା IMD

ନୂଆଦିଲ୍ଲୀ, ୨ା୨: ଦେଶର ଅନେକ ସ୍ଥାନରେ ପାଗ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଦିଲ୍ଲୀ-ଏନସିଆରରେ କୁହୁଡ଼ି ବଢ଼ିବା ଆରମ୍ଭ କରିଛି, ଯେତେବେଳେ କି ଉତ୍ତର ଭାରତ...

ମୁମ୍ବାଇରେ କ୍ରିକେଟ ଖେଳିଲେ ଋଷି ସୁନକ, ଫୋଟୋ ଶେୟାର କରି କହିଲେ ମଜାଦାର କଥା

ମୁମ୍ବାଇ,୨ା୨: ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକ ଏବେ ଭାରତ ଗସ୍ତରେ ଅଛନ୍ତି। ଏହି ସମୟରେ, ସେ ରବିବାର ଦକ୍ଷିଣ ମୁମ୍ବାଇର ପାର୍ସି ଜିମଖାନା ପରିଦର୍ଶନ...

ସଂସଦରେ ସ୍କ୍ରିନିଂ ହେବ ଜାପାନୀ ଫିଲ୍ମ, ଏକାଠି ବସି ଦେଖିବେ ଲୋକ ସଭା ବାଚସ୍ପତିଙ୍କ ସହ ଏମପି

ନୂଆଦିଲ୍ଲୀ,୨।୨: ସଂସଦ ଭବନରେ ପୂର୍ବରୁ ଅନେକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇସାରିଛି। ଏବେ ସଂସଦ ପରିସରରେ ଏକ ଜାପାନୀ ଚଳଚ୍ଚିତ୍ର ପ୍ରଦର୍ଶିତ ହେବାକୁ ଯାଉଛି। ଏହି ଫିଲ୍ମଟି...

କଂଗ୍ରେସରେ ଯୋଗ ଦେବେ ସଞ୍ଜୟ ରାଉତ? ନିତେଶ ରାଣେଙ୍କ ଦାବିକୁ ନେଇ ରଜନୀତି ସରଗରମ

ମୁମ୍ବାଇ,୨।୨: ମହାରାଷ୍ଟ୍ରର ମନ୍ତ୍ରୀ ତଥା ଭାଜପା ବିଧାୟକ ନିତେଶ ରାଣେ ଶିବସେନାର ୟୁବିଟି ଏମପି ସଞ୍ଜୟ ରାଉତଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image