ରାଞ୍ଚି,୩।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଝଟକା। ରାଞ୍ଚିର ଏମ୍ପି-ବିଧାୟକ କୋର୍ଟ ବୁଧବାର ମୋଦି ସରନେମ ମାମଲାରେ ବ୍ୟକ୍ତିଗତ ହାଜର ହେବା ଆବେଦନକୁ ଖାରଜ କରିଦେଇଛନ୍ତି।
ରାଞ୍ଚିରେ ପ୍ରଦିପ ମୋଦି ନାମକ ଜଣେ ବ୍ୟକ୍ତିଙ୍କ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରାଯାଇଥିଲା। ଏହି ମାମଲାରେ ଅତିରିକ୍ତ ସରକାରୀ ଓକିଲ ପୁଷ୍ପା ସିହ୍ନା ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ବାଢିଥିବା ବେଳେ ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଓକିଲ ପ୍ରଦିପ ଚନ୍ଦ୍ର ଯୁକ୍ତି ବାଢିଥିଲେ।
ସୂଚନାଯୋଗ୍ୟ, ଗୁଜରାଟର ସୁରଟ କୋର୍ଟ ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହା ପରେ ରାହୁଲ ଗାନ୍ଧୀ ଏମ୍ପି ସଦସ୍ୟତା ହରାଇଛନ୍ତି। ବର୍ତ୍ତମାନ ରାହୁଲ ଗାନ୍ଧୀ ଆସନ୍ତା ୧୦ରେ କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି।