ରାଞ୍ଚି,୧୪।୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରାଞ୍ଚିରୁ ମାୟାନଗରୀ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ନିର୍ମାଣାଧୀନ ବଙ୍ଗଳାର ନିରୀକ୍ଷଣ କରିବାକୁ ଯାଇଛନ୍ତି। ମାହି କିଛିଦିନ ପୂର୍ବରୁ ଦୁବାଇରୁ ଛୁଟି ମନାଇ ଫେରିଥିଲେ। ରାଞ୍ଚିରେ ଥିବା ନିଜ ଫାର୍ମ ହାଉସ୍ରେ ଅନେକ ଥର ନଜର ଆସନ୍ତି। ନିଜଟରେ ସେଠାରେ ସେ ଲିଚୁ ଖାଉଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଧୋନୀଙ୍କ ଫାର୍ମହାଉସ୍ରେ ଅମଳ କରାଯାଉଥିବା ଫସଲ ଏବେ ବଜାରରେ ମିଳୁଛି। ଗ୍ରୀନ୍ ମଟର, ଟମାଟର ଭଳି ପରିବା ନିଜ ଫାର୍ମାହାଉସରେ ସେ ଲଗାଇଛନ୍ତି। ଏହାସହ ସେ ସେଠାରେ ଗୋପାଳନ ମଧ୍ୟ କରୁଛନ୍ତି।