Categories: ଜାତୀୟ

ଜୟ ଶ୍ରୀରାମ ସ୍ଳୋଗାନ ଦେଇ ୨ ମୁସଲମାନଙ୍କୁ ଆକ୍ରମଣ

ରାଞ୍ଚି,୧୩ା୬: ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟକୁ ନେଇ ଦେଶର ବିଭିନ୍ନ ପ୍ରାନ୍ତରେ ହିଂସାକାଣ୍ଡ ହେଉଛି। ଏଭଳି ସ୍ଥିତିରେ ରାଞ୍ଚତ୍ର ସୁଜାତା ଚୌକରେ ଜୟ ଶ୍ରୀରାମ ସ୍ଳୋଗାନ ଦେଇ ଏକ ହିନ୍ଦୁ ଯୁବଗୋଷ୍ଠୀ ଜିଶାନ୍‌(୨୪) ଏବଂ ଫୈଜାନ(୨୧)ଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଜିଶାନ ଓ ଫୈଜାନ୍‌ ନିକଟରେ ଥିବା ଡୋମିନସ୍‌ରୁ ପିଜା ଆଣିବାକୁ ଯାଉଥିବା ବେଳେ ପ୍ରାୟ ୩୦ ଜଣିଆ ଏକ ଗୋଷ୍ଠୀ ଜୟ ଶ୍ରୀରାମ କହି ସେଠାରେ ପହଞ୍ଚିଥିଲେ। ପରେ ସେମାନେ ଉଭୟ ୨ଭାଇଙ୍କୁ ଆକ୍ରମଣ କରିଥିଲେ। ଫଳରେ ମୁଣ୍ଡ ଫାଟି ସେମାନେ ଗୁରୁତର ଆହତ ହୋଇଛନ୍ତି। ଦୁଇ ଭାଇ କୌଣସି ହିଂସାକାଣ୍ଡରେ ସାମିଲ ନ ଥିବା ପରିବାର ଲୋକେ କହିଛନ୍ତି। ଏନେଇ ସେମାନେ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି। ହେଲେ ପୋଲିସ ତାଙ୍କୁ ଏଫ୍‌ଆଇଆର୍‌ କପିର ନକଲ ଦେଇ ନ ଥିବା ସେମାନେ କହିଛନ୍ତି।

 

Share