ରଣଦୀପ ହୁଡ୍ଡା ଅସୁସ୍ଥ

ମୁମ୍ବାଇ: ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ଅସୁସ୍ଥ ହୋଇ ପଡିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ ଆଣ୍ଠୁର ସର୍ଜରୀ କରାଯାଇଛି । ଫିଲ୍ମ ‘ଇନ୍ସପେକ୍ଟର ଅବିନାଶ’ର ଶୁଟିଂ କରୁଥିବା ସମୟରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ମାର୍ଚ୍ଚ ୧ରେ ସେ ମୁମ୍ବାଇର କୋକିଳାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହା ପୂର୍ବରୁ ଥରେ ତାଙ୍କ ଗୋଡର ସର୍ଜରୀ ହୋଇ ସାରିଛି । ଏହି ଖବର କିନ୍ତୁ ରଣଦୀପ ତାଙ୍କ ସାସିଆଲ ମିଡିଆରେ ଶେୟାର କରି ନାହାନ୍ତି । କିନ୍ତୁ ଏହା ଜଣାପଡିବା ପରେ ତାଙ୍କ ପ୍ରସଂଶକ ରଣଦୀପଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହା ତାଙ୍କର ଦ୍ୱିତୀୟ ସର୍ଜରୀ ହୋଇଥିବାରୁ ସେ ଏହାକୁ ଏତେଟା ଗୁରୁତ୍ୱ ଦେଉ ନ ଥିବା କୁହାଯାଉଛି ।

Share