କ୍ଷମା ମାଗିଲେ ରଣଦୀପ

ମୁମ୍ବାଇ: ଅଭିନେତା ରଣଦୀପ ହୁଡ୍ଡା ଏବେ ତାଙ୍କର ଷ୍ଟ୍ରିମିଂ ଶୋ ‘କ୍ୟାଟ’କୁ ନେଇ ଖୁବ୍ ଚର୍ଚ୍ଚାରେ । ଏହି ଶୋ’ ଶୁକ୍ରବାର ରିଲିଜ୍ ହେବାକୁ ଯାଉଛି । ଏହା ପୂର୍ବରୁ ସେ ଶିଖ ଧର୍ମର କେନ୍ଦ୍ରୀୟ ପବିତ୍ର ଧାର୍ମିକ ଗ୍ରନ୍ଥ ଗୁରୁ ଗ୍ରନ୍ଥ ସାହେବରେ କ୍ଷମା ମାଗିଛନ୍ତି । ଏହା ପଛର କାରଣ ହେଲା ଅଭିନେତା ତାଙ୍କ ମହତ୍ୱାକାଂକ୍ଷି ଫିଲ୍ମ ‘ବ୍ୟାଟେଲ ଅଫ ସାରାଗଡି’ ରିଲିଜ ହେବା ପୂର୍ବରୁ ତାଙ୍କ କେଶ କାଟିବେ ନାହିଁ ବୋଲି କରିଥିବା ପ୍ରତିଜ୍ଞାକୁ ପୂରଣ କରି ପାରି ନାହାନ୍ତି ।
ଫିଲ୍ମକୁ ନେଇ ଅଭିନେତା କହିଛନ୍ତି ମୁଁ ଫିଲ୍ମ ପାଇଁ ବହୁତ ପ୍ରୟାସ କରିଛି । ଧୂମପାନ ଛାଡିଦେଇଥିଲି । ଯେତେବଳେ ଆଶା କରିଥିବା କଥା ନ ହୁଏ ସେତେବେଳେ ମୁଁ ଆଘାତ ପାଇଥିଲି ଓ ଶୂନ୍ୟତା ଅନୁଭବ କରିଥିଲି । ତଥାପି ଏହି ଚଳଚ୍ଚିତ୍ର ପାଇଁ ମୁଁ ୩ ବର୍ଷ ଅପେକ୍ଷା କରିଥିଲି । କାରଣ ମୁଁ ସ୍ମୃତି ସ୍ମାରକୀରେ ଗୁରୁ ଗ୍ରନ୍ଥ ସାହିବ ନିକଟରେ ଏକ ଶପଥ ନେଇଥିଲି । ପବିତ୍ର ପୁସ୍ତକକୁ କ୍ଷମା ମାଗିବାର କାରଣ ସମ୍ପର୍କରେ କହି ସେ କହିଛନ୍ତି, ମୁଁ ଗୁରୁ ଗ୍ରନ୍ଥ ସାହିବରେ ଏକ ଶପଥ ନେଇଥିଲି । ହେଲେ ଏହାକୁ ରକ୍ଷା କରି ପାରିଲି ନାହିଁ ।

Share