୪୭ ବର୍ଷରେ ହାତକୁ ଦି’ ହାତ ହେଲେ ଏହି ଅଭିନେତା

ବଲିଉଡ୍‌ ଅଭିନେତା ରଣଦୀପ ହୁଡା ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଲିନ ଲାଇଶ୍ରାମଙ୍କୁ ବିବାହ କରିଛନ୍ତି। ଇମ୍ଫାଲରେ ପାରମ୍ପରିକ ମଣିପୁରୀ ରୀତିନୀତିରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଧଳା ରଙ୍ଗର ପୋଷାକ ପିନ୍ଧି ଅଭିନେତା ଜଣେ ଆଦର୍ଶ ମଣିପୁରୀ ବର ପରି ଦେଖାଯାଉଥିଲେ। ଫଟୋ ଏବଂ ଭିଡିଓରେ ତାଙ୍କୁ ପରିବାର ଏବଂ ସମ୍ପର୍କୀୟମାନେ ଘେରି ରହିଥିବାର ନଜର ଆସିଥିଲେ। ବିବାହ ସମାରୋହର ଲିନ ପାରମ୍ପରିକ ମଣିପୁରୀ କନ୍ୟା ବେଶରେ ନଜର ଆସିଛନ୍ତି। ଥିଏଟରରେ ଲିନ ଏବଂ ହୁଡା ପ୍ରଥମରଥର ପାଇଁ ପରସ୍ପରକୁ ଭେଟିଥିଲେ। ଏହାପରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।

Share