ବୀର ସାୱରକର ଭୂମିକାରେ ନଜର ଆସିବେ ରଣଦୀପ

ମୁମ୍ବାଇ: ଅଭିନେତା ରଣଦୀପ ହୁଡ୍ଡା ତାଙ୍କ ଦମଦାର ଅଭିନୟକୁ ନେଇ ନିଜ ପାଇଁ ବଳିଉଡରେ ତିଆରି କରିପାରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ଏବେ ସେ ଏକ ନୂଆ କାହାଣୀ ସହ ବଡ ପରଦାରେ ନଜର ଆସିବାକୁ ଯାଉଛନ୍ତି । ଏହା ଏକ ଐତିହାସିକ କାହାଣୀ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ରଣଦୀପ ଏବେ ସ୍ୱାଧିନତା ସଂଗ୍ରାମୀ ବୀର ସାୱରକରଙ୍କ ଭୂମିକାରେ ବଡ ପରାରେ ନଜର ଆସିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାର ନିର୍ଦ୍ଦେଶନା ମହେଶ ମାଞ୍ଜେରେକର ଦେଉଥିବା ବେଳେ ଏହି ଫିଲ୍ମରେ ଅଭିନୟ କରିବାକୁ ରଣଦୀପ ଖୁବ୍ ଉତ୍ସାହିତ ଥିବା ଜଣାପଡିଛି । ରଣଦୀପଙ୍କୁ ଫିଲ୍ମ ‘ସରବଜିତ’ରେ ଦେଖିବାକୁ ମିଳିଥିବା ବେଳେ ଏହାର ଆଲୋଚନାତ୍ମକ ସଫଳତା ପରେ ନିର୍ମାତା ସନ୍ଦିପ ସିଂ ପୁଣିଥରେ ଇଣ୍ଟରନ୍ୟାଶନାଲ ଫେମ ଷ୍ଟାର ଭାରତୀୟ ଅଭିନେତା ରଣଦୀପ ହୁଡ୍ଡାଙ୍କ ସହ ତାଙ୍କ ମହତ୍ୱାକାଂକ୍ଷି ଫିଲ୍ମ ବୀର ସାୱରକରକୁ ନେଇ ଯୋଡି ହୋଇ ଯାଇଛନ୍ତି । ନିର୍ମାତା ସନ୍ଦିପ ସିଂ କହିଛନ୍ତି ଭାରତରେ ଏମିତି କେତେଜଣ ହାତଗଣତି ଅଭିନେତା ଅଛନ୍ତି ଯେଉଁମାନେ ନିଜ ପ୍ରତିଭାର ଯାଦୁ ଦେଖାଇପାରନ୍ତି ଆଉ ରଣଦୀପ ସେମାନଙ୍କ ମଧ୍ୟରେ ଜଣେ ।

Share