କରୋନା କବଳରେ କରିନା କପୁରଙ୍କ ବାପା; ଅବସ୍ଥା ଗୁରୁତର ଥିବାରୁ…

ବମ୍ବେ: ବଲିଉଡ୍‌ର ବିଶିଷ୍ଟ ଅଭିନେତା ରାଜ କପୁରଙ୍କ ବଡ଼ ପୁଅ ତଥା ୭୦ ଏବଂ ୮୦ ଦଶକର ନାୟକ ରଣଧୀର କପୁରଙ୍କୁ କରୋନା। କୋଭିଡ୍‌ ସଂକ୍ରମଣ ଯୋଗୁ ବୁଧବାର ଅପରାହ୍ନରେ ତାଙ୍କ ସ୍ବାସ୍ଥାବସ୍ଥା ବିଗିଡ଼ି ଯାଇଥିଲା। ଫଳରେ ତାଙ୍କୁ ବମ୍ବେସ୍ଥିତ କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଚିକିତ୍ସା ଜାରି ରହିଥିବା ନେଇ ଡାକ୍ତରଖାନା ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ଗୁରୁବାର ସକାଳେ କରିନାଙ୍କ ବାପା ରଣଧୀରଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଡାକ୍ତରଙ୍କ ଏକ ଟିମ୍‌ ତାଙ୍କ ଚିକିତ୍ସା କରୁଥିବା ବେଳେ ସ୍ବାସ୍ଥାବସ୍ଥା ସ୍ଥିର ଥିବା ନେଇ କୁହାଯାଉଛି। ସେ ମଧୁମେହ ସହ ଅନ୍ୟ ରୋଗରେ ପୀଡ଼ିତ ଥିବା ଯୋଗୁ ତାଙ୍କ ଉପରେ ନଜର ରଖାଯାଇଛି।

୧୯୫୫ରେ ରିଲିଜ ହୋଇଥିବା ‘ଶ୍ରୀ ୪୨୦’ ଫିଲ୍ମରେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ ରଣଧୀର।୧୯୭୧ରେ ସେ ଯୁବ ଅଭିନେତା ଭାବେ ନଜର ଆସିଥିଲେ।

Share