ସମୀରଙ୍କୁ ରାଜା ସ୍ବାଇଁଙ୍କ ଚେତାବନୀ, ପଛରୁ ଛୁରାଘାତ…

ଭୁବନେଶ୍ୱର,୧୦।୫: ନିମାପଡା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଚେତାବନୀ । ନିର୍ବାଚନରେ ପଛରୁ ଛୁରାଘାତ କଲେ ବରଦାସ୍ତ କରାଯିବନି ବୋଲି ସିଧା ସିଧା ଶୁଣାଇଛନ୍ତି ରାଜା ସ୍ବାଇଁ। ସେ ଆହୁରି କହିଛନ୍ତି, ଟିକେଟ ପାଇ ନ ଥିବା ବିଧାୟକମାନଙ୍କୁ ଦଳ ସମ୍ମାନ ଦେଇଛି । ସମ୍ମାନ ଦେବାମାନେ ଦୁର୍ବଳତା କି ବେଇମାନୀ ନୁହେଁ । ସମୀର ଦାଶଙ୍କୁ ଦଳ ଉପଯୁକ୍ତ ସମ୍ମାନ ଦେଇଛି ।

ଭାଜପାରେ ସମୀର ଦାଶଙ୍କ ଶତାଧିକ ସମର୍ଥକ ଯୋଗ ଦେବା ପରେ ଗୁରୁବାର ବିଜେଡିର ଏକ କର୍ମକର୍ତ୍ତା ସମ୍ମିଳନୀରେ ପରୋକ୍ଷରେ ଏମିତି ଚେତାବନୀ ଶୁଣାଇବା ସହ ଦଳରେ ବିଭ୍ରାଟ ସୃଷ୍ଟିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଏଥିସହ ନିମାପଡା ବିଜେଡି ନେତା ଓ କର୍ମୀଙ୍କୁ ଏକାଠି ହୋଇ ନିର୍ବାଚନ ଲଢିବାକୁ ଗୁରୁମନ୍ତ୍ର ଦେଇଛନ୍ତି ।

କହିରଖୁଛୁ କି, ନିମାପଡା ଏମଏଲଏ ଟିକେଟ୍‌ ଆଶାୟୀ ଥିଲେ ସମୀର। ହେଳେ ବିଜେଡି ତାଙ୍କ ପରିବର୍ତ୍ତେ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଥିଲା । ତାଙ୍କ ଟିକେଟ ଦେବା ପରେ ସମୀର ଦାଶଙ୍କ ସମର୍ଥକଙ୍କ ଭିତରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା । ଏବଂ ସେମାନେ ସମୂହ ଇସ୍ତଫା ଦେଇଥିଲେ। ହେଲେ ପରେ ଦଳ ତାଙ୍କୁ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇ ସନ୍ତୁଷ୍ଟ କରିଥିଲା।

Share