କ୍ୟାପିଟାଲ ହସ୍ପିଟାଲରୁ ଚୋରି କରି ରଙ୍ଗ ମିସ୍ତ୍ରୀ ଗିରଫ

ଭୁବନେଶ୍ୱର,୩୦।୧୦: କ୍ୟାପିଟାଲ ହସ୍ପିଟାଲ ପରିସରରୁ ତମ୍ବା ତାର ଚୋରି କରିବା ଅଭିଯୋଗରେ ପୋଲିସ ଜଣେ ରଙ୍ଗମିସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ସେ ହେଲେ ୟୁନିଟ-୬ରେ ରହୁଥିବା ବୌଦ୍ଧର ପ୍ରତାପ ସେଠୀ। ତାଙ୍କଠାରୁ ୪୦ ଚୋରି ତାର ଜବତ ହୋଇଛି। ସୂଚନାନୁସାରେ, ହସ୍ପିଟାଲରେ ରଙ୍ଗ, ଇଲେକ୍ଟ୍ରିଫିକେଶନ ଓ ଅନ୍ୟାନ୍ୟ କାମ ଚାଲୁଛି। ଅଭିଯୁକ୍ତ ପ୍ରତାପଙ୍କ ସମେତ ଅନ୍ୟ କେତେଜଣ ରଙ୍ଗ କାମରେ ନିୟୋଜିତ ଥିଲେ। ସୁଯୋଗ ଦେଖି ପ୍ରତାପ କ୍ୟାଥୋଲାବ ରୁମ୍‌ରେ ଥିବା ବିଦ୍ୟୁତ୍‌ ତାରକୁ ଚୋରି କରି ନେଇଯାଇଥିଲେ। ସିସିଟିଭି ଫୁଟେଜରୁ ଘଟଣା ବିଷୟରେ ଜାଣିବା ପରେ ହସ୍ପିଟାଲର ଇଲେକ୍ଟ୍ରିସିଆନ ଭାବରେ କାର୍ଯ୍ୟ କରୁଥିବା ତାପସ ପଣ୍ଡା ଥାନାରେ ଅଭିଯୋଗ କରିଥିଲେ।

Share