Categories: ଅନୁଗୋଳ

ରେଞ୍ଜ ଅଫିସ ଘେରାଉ ଚେତାବନୀ

ବଇଣ୍ଡା,୨୮।୧(ଡି.ଏନ.ଏ.): କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ବିଡିସିଙ୍ଗ ଗ୍ରାମରେ ହାତୀ ଉପଦ୍ରବ ଲାଗିରହିଛି। ବୁଧବାର ୧୨ଟି ହାତୀ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗିଛନ୍ତି। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅରୁଣ ସାହୁଙ୍କ ୫ ହଜାର କୋବି ଗଛ, ୨ ହଜାର ପିଆଜ ଗଛ, ୨୦ କଦଳୀ ଗଛ ନଷ୍ଟ ହୋଇଥିବାବେଳେ ଏକ ଚାଳ ଘର ଭାଙ୍ଗି ଯାଇଛି। ଚାଷୀ ଅଲେଖ ସାହୁ, ଗିରିଧାରୀ ସାହୁ, ଗିରିଜା ଶଙ୍କର ପ୍ରଧାନ, ରମାକାନ୍ତ ପ୍ରଧାନଙ୍କ ଆଳୁ, ପିଆଜ, କଦଳୀ ଓ ଆଖୁ ଚାଷ ନଷ୍ଟ ହୋଇଛି। ହାତୀ ଉପଦ୍ରବ ସମ୍ପର୍କରେ ହଣ୍ଡପା ବନ ବିଭାଗ କାର୍ଯ୍ୟାଳୟକୁ ସୂଚନା ଦିଆଯାଇଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଲୋକେ ରାତି ଅନିଦ୍ରା ହୋଇ ହାତୀ ଘଉଡ଼ାଉଥିଲେ ମଧ୍ୟ ସଫଳ ହୋଇପାରୁନାହାନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ ନାହିଁ। ତୁରନ୍ତ ପଦକ୍ଷେପ ନିଆ ନ ଗଲେ ରେଞ୍ଜ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଗ୍ରାମ ସଭାପତି କମଳ ଲୋଚନ ମାଝି, ଉପସଭାପତି ସଞ୍ଜୀବ କୁମାର ପ୍ରଧାନ ଚେତାବନୀ ଦେଇଛନ୍ତି।