Advertisement

ନିଆରା ରଙ୍ଗୋଲି

ହିନ୍ଦୁଧର୍ମରେ ରଙ୍ଗୋଲିର ମହତ୍ତ୍ୱ ବହୁତ ରହିଛି। ଖାସ୍‌କରି ପର୍ବ ପର୍ବାଣିରେ ରଙ୍ଗୋଲି କରିବା ଶୁଭ ମନେକରାଯାଏ। ଏହାଦ୍ୱାରା ଦେବୀ ଦେବତା ପ୍ରସନ୍ନ ହେବା ସହ ଘରେ ସକାରାତ୍ମକ ଊର୍ଜା ଆସେ ବୋଲି ବିଶ୍ୱାସ ରହିଛି। ନାନା ରଙ୍ଗର ରଙ୍ଗୋଲି ଘର ସାମ୍‌ନାରେ ଓ ଅଗଣାର ଶୋଭାକୁ ଦ୍ୱିଗୁଣିତ କରିଥାଏ। ହେଲେ ଏବେ ସୋସିଆଲ ମିଡ଼ିଆରେ ଏକଭିନ୍ନ ଧରଣର ରଙ୍ଗୋଲି ଭାଇରାଲ ହେଉଛି। ଏହି ରଙ୍ଗୋଲି ରଙ୍ଗିନ ଓ ସୁନ୍ଦର ହେଲେ ଏହାକୁ ରଙ୍ଗରେ ନୁହେଁ ବରଂ ତିଆରି କରାଯାଇଛି ସୂତା ଓ କଣ୍ଟାରେ। ମୁସ୍କାନ ରାଜପୁତ ନାମକ ଜଣେ ଯୁବତୀ ଏହାକୁ ତିଆରି କରିଛନ୍ତି। ଆଉ ଏହାକୁ ତିଆରି କରିବା ଲାଗି ସେ ଏକ ଗୋଲାକାର କାଠ ଉପରେ ଡିଜାଇନ୍‌ କରି ଅନେକ କଣ୍ଟା ବାଡେଇଲେ। ତା’ପରେ ସେହି କଣ୍ଟାରେ ରଙ୍ଗିନ ସୂତାକୁ ଛନ୍ଦା ଛନ୍ଦି କରି ସୁନ୍ଦର ଫୁଲର ଡିଜାଇନ୍‌ କଲେ, ଯାହା କି ରଙ୍ଗୋଲି ଭଳି ଦେଖାଗଲା। ମୁସ୍କାନଙ୍କୁ ଏହି ରଙ୍ଗୋଲି କରିବା ଲାଗି ଦୁଇଦିନ ଲାଗିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share