ହାତ ଧରିଲେ ରାଣୀ ଚାଟାର୍ଜୀ

ନୂଆଦିଲ୍ଲୀ,୨୫।୧: ପାଖେଇ ଆସୁଛି ଉତ୍ତର ପ୍ରଦେଶ ନିର୍ବାଚନ। ଏହାକୁ ନେଇ ପ୍ରମୁଖ ଦଳଗୁଡ଼ିକ ମଧ୍ୟରେ ରାଜନୀତି ପାଣିପାଗ ସରଗରମ ରହିଛି। କିଛି ଅସନ୍ତୁଷ୍ଟ ନେତା ଦଳ ଛାଡ଼ି ଅନ୍ୟ ଦଳରେ ମିଶୁଥିବା ବେଳେ କିଛି କଳାକାର ମଧ୍ୟ ରାଜନୀତି ମଇଦାନକୁ ଓହ୍ଲାଉଛନ୍ତି। ଏହି କ୍ରମରେ ଭୋଜପୁରୀ ସିନେମାର ଲୋକପ୍ରିୟ ଅଭିନେତ୍ରୀ ରାଣୀ ଚାଟାର୍ଜୀ କଂଗ୍ରେସରେ ସାମିଲ ହୋଇଛନ୍ତି। ସୋସିଆଲ ମିଡଆରେ ମଙ୍ଗଳବାର ଟୁଇଟ୍‌ କରି ସେ ଏହି ସୂଚନା ଦେଇଛନ୍ତି।

ଇନ୍‌ଷ୍ଟାଗ୍ରାମରେ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଫଟୋ ଶେୟାର କରି ଅଭିନେତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ କଂଗ୍ରେସର କ୍ୟାମ୍ପେନ୍‌ ‘ଝିଅ ଅଟେ, ଲଢ଼ି ପାରିବି’ର ପ୍ରମୋଶନ ମଧ୍ୟ ସେ କରିଛନ୍ତି। ତାଙ୍କ ଜୀବନର ଏହି ନୂଆ ଅଧ୍ୟାୟ ଲାଗି ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

Share