ରାନୀ ହାତୀ ହେଲେ ଝାରସୁଗୁଡ଼ା ପୌରାଧ୍ୟକ୍ଷା

ଝାରସୁଗୁଡ଼ା ଅଫିସ,୨୬।୩: ଝାରସୁଗୁଡ଼ା ପୌର ପରିଷଦ ନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଛି। ପୌରାଧ୍ୟକ୍ଷା ଭାବେ ବିଜେଡି ଦଳର ପ୍ରାର୍ଥିନୀ ରାନୀ ହାତୀ ବିଜୟୀ ହୋଇଛନ୍ତି। ଏଥି ମଧ୍ୟରେ ପୌରାଧ୍ୟକ୍ଷା ହାତୀ ସମୁଦାୟ ୧୩,୮୨୨ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ୱୀ ଭାଜପା ପ୍ରାର୍ଥୀ ତ୍ରିନାଥ ଗୁଆଲ ୮,୬୬୦ ଭୋଟ ପାଇଛନ୍ତି। ଫଳରେ ବିଜେଡି ପ୍ରାର୍ଥିନୀ ହାତୀ ୫,୧୬୨ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି। ଏଥି ମଧ୍ୟରେ ୨୪ ଓ୍ବାର୍ଡ ମଧ୍ୟରୁ ବିଜେଡି ୨୧ ଓ ଭାଜପା ୩ କାଉନସିଲ୍‌ର ବିଜୟୀ ହୋଇଛନ୍ତି। ପୌର ପରିଷଦ ନିର୍ବାଚନରେ କଂଗ୍ରେସ ଦଳ ଖାତା ଖୋଲିପାରିନାହିଁ। ବିଜେଡିର ଜିତ୍‌ ପାଇଁ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଦେଇଛି ।