ଏହି କାରଣ ପାଇଁ ୮ ଅଭିନେତ୍ରୀ ଫିଲ୍ମ ‘କୁଛ କୁଛ ହୋତା ହୈ’ରେ କାମ କରିବାକୁ କରିଥିଲେ ମନା

ବଲିଉଡ୍‌ ଫିଲ୍ମ ‘କୁଛ କୁଛ ହୋତା ହୈ’ରେ ଅଭିନେତ୍ରୀ ରାଣୀ ମୁଖାର୍ଜୀ, ଶାହାରୁଖ ଖାଁ ଓ କାଜଲ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମରେ ରାଣୀ ସୁପରହିଟ୍‌ ଯୋଡି ଶାହରୁଖ ଏବଂ କାଜଲଙ୍କ ସହ କାମ କରିଥିଲେ। କୁହାଯାଏ ଯେ, ଏହି କାରଣ ଲାଗି କୌଣସି ଅଭିନେତ୍ରୀ ଏହି ଫିଲ୍ମ କରିବାକୁ ପସନ୍ଦ କରି ନଥିଲେ। ଏକ ସାକ୍ଷାତକାରରେ ରାଣୀ କହିଛନ୍ତି, ଏହି ଫିଲ୍ମ କରିବାକୁ ୮ ଜଣ ଅଭିନେତ୍ରୀ ସେତେବେଳେ ମନା କରିଦେଇଥିଲେ। ସମସ୍ତ ଅଭିନେତ୍ରୀ ବିଶ୍ୱାସ କରୁଥିଲେ ଯେ, ଶାହରୁଖ-କାଜଲଙ୍କୁ ଦର୍ଶକ ଅଧିକ ପସନ୍ଦ କରିବେ।
ପରେ ଶାହରୁଖ ରାଣୀଙ୍କ ନାମ ନିର୍ଦ୍ଦେଶକ କରଣ ଜୋହରଙ୍କୁ କହିଥିଲେ। ରାଣୀ କହିଛନ୍ତି ଯେ, ସେହି ଭୂମିକା ପାଇଁ ଆଠ ଜଣ ଅଭିନେତ୍ରୀ କରଣ ଜୋହରଙ୍କୁ ମନା କରିବା ପରେ ମୁଁ ତାଙ୍କର ଶେଷ ପସନ୍ଦ ଥିଲି ।

Share