କୋଭିଡ୍‌ ସମୟରେ ଗର୍ଭବତୀ ଥିଲେ ରାଣୀ, ହେଲେ…

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ବଡ଼ ଖୁଲାସା କରି ଚମକାଇଛନ୍ତି ଅଭିନେତ୍ରୀ ରାଣୀ ମୁଖାର୍ଜୀ। କୋଭିଡ ମହାମାରୀ ସମୟରେ ସେ ଦ୍ୱିତୀୟ ଥର ଲାଗି ଗର୍ଭବତୀ ଥିଲେ। ହେଲେ ପାଞ୍ଚ ମାସ ପରେ ତାଙ୍କର ଗର୍ଭନଷ୍ଟ ହୋଇଯାଇଥିଲା। ଏନେଇ ରାଣୀ ମେଲବୋର୍ନରେ ଆୟୋଜିତ ଭାରତୀୟ ଫିଲ୍ମ ଉତ୍ସବ ଅବସରରେ କହିଛନ୍ତି।

ଆଜିକାଲି ସମୟରେ ସେଲିବ୍ରିଟିଙ୍କ ଜୀବନର ପ୍ରତିଟି କଥାକୁ ନେଇ ଭିନ୍ନ ଖବର ଦେଖିବାକୁ ମିଳେ। ଏଣୁ କେହି ତାଙ୍କ ବ୍ୟକ୍ତିଗତ ଜୀବନକୁ ଫିଲ୍ମ ପ୍ରମୋଶନ ବୋଲି ଭାବୁ ବୋଲି ରାଣୀ ଚାହୁଁ ନ ଥିଲେ। ବାସ୍‌, ଏଥିଲାଗି ସେ ନିରବ ରହିଥିଲେ।

Share