ଦ୍ୱିତୀୟ ସନ୍ତାନକୁ ନେଇ ଚମକାଇବା ଭଳି କଥା କହିଲେ ରାଣୀ

ମୁମ୍ବାଇ: ବଲିଉଡର ସବୁଠାରୁ ଟ୍ୟାଲେଣ୍ଟେଡ ଆକ୍ଟ୍ରେସଙ୍କ ଭିତରୁ ରାଣୀ ମୁଖାର୍ଜୀ ଅନ୍ୟତମ। ନିକଟରେ ସେ ତାଙ୍କର ୪୬ ତମ ଜନ୍ମଦିନ ପାଳନ କରିଛନ୍ତି। ଏକ ସାକ୍ଷାତକାରରେ ଅଭିନେତ୍ରୀ ବଖାଣିଛନ୍ତି ଆବରଶନ ସମୟରେ ତାଙ୍କୁ କେତେ କଷ୍ଟ ହୋଇଥିଲା। ସେ କହିଥିଲେ ଯେ ମୋତେ ଏହା ଖୁବ ଡର ଲାଗୁଛି । ତେବେ ସେ ତାଙ୍କର ୮ ବର୍ଷର ଝିଅ ଆଦିରାଙ୍କୁ ଆଉ ଜଣେ ଭଉଣୀ ବା ଭାଇ ଦେଇ ପାରି ନ ଥିଲେ। ଅଭିନେତ୍ରୀ କହିଥିଲେ, ମୁଁ ମୋର ଦ୍ୱିତୀୟ ସନ୍ତାନ ପାଇଁ ୭ ବର୍ଷ ଚେଷ୍ଟା କରିଥିଲି। ମୋ ଝିଅ ଏବେ ୮ ବର୍ଷର। ଏହା ପରେ ପରେ ସେ ଖୁବ୍‌ ଶୀଘ୍ର ଏକ ସନ୍ତାନ ଚାହୁଁଥିଲେ।
ସେ କହିଥିଲେ ମୁଁ ଚେଷ୍ଟା କରୁଥିଲି ଓ ଶେଷରେ ଗର୍ଭବତୀ ହୋଇଥିଲି। ହେଲେ ଶେଷରେ ମୁଁ ମୋ ପିଲାକୁ ହରାଇଥିଲି। ହୁଏତ ତାହା ମୋ ପାଇଁ ଏକ ପରୀକ୍ଷାର ସମୟ ଥିଲା। ନିକଟରେ ମହାମାରୀ ସମୟରେ ସେ ଏହି ଆବରଶନକୁ ନେଇ ଖୋଲା ଖୋଲି କଥା ହୋଇଥିଲେ। ଏହାର ଠିକ ପୂର୍ବରୁ ତାଙ୍କ ଅଭିନୀତ ମୁଭି ମିସେସ ଚାଟାର୍ଜୀ ଭର୍ସେସ ନରଓ୍ବେ, ମାତୃତ୍ୱ ସମ୍ପର୍କରେ ଏକ ସଚେତନା ଥିଲା, ଯାହା କିଛିଦିନ ପୂର୍ବେ ସିନେମା ହଲରେ ସଫଳତାପୂର୍ଣ୍ଣ ଚାଲିଥିଲା।

ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କର ବୟସ ହେଉଛି ତାଙ୍କ ଆବରଶନର ଆଉ ଏକ କାରଣ। ହେଲେ ସେ ପ୍ରତିକୂଳ ପରିସ୍ଥିତିରେ ବଞ୍ଚିବା ଶିଖିଛନ୍ତି। ତେବେ ମୋର ବୟସ ସେତିକି ନ ଥିଲା ଯେଉଁ ସମୟରେ ଚାହିଁଲେ ମୁଁ ମାଆ ହୋଇପାରିବି। ହେଲେ ମୋତେ ସବୁଠାରୁ ବେଶୀ ଦୁଃଖ ଲାଗେ ଯେ ମୁଁ ମୋ ଝିଅକୁ ଆଉ ଗୋଟିଏ ଭଉଣୀ ବା ଭାଇ ଦେଇ ପାରିଲି ନାହିଁ। ହେଲେ ଆମ ପାଖରେ ଯାହା ଅଛି ତାକୁ ନେଇ ଆମେ କୃତଜ୍ଞତା ଜଣାଇବା ଦରକାର। ଅଭିନେତ୍ରୀ କହିଛନ୍ତି ଆଦିରା ମୋର ଚମତ୍କାରିକ ସନ୍ତାନ। ବାସ୍ତବରେ ମୁଁ ଖୁସି ଯେ ସେ ମୋପାଖରେ ଅଛି। କାରଣ ମୁଁ ସେମିତି ମାତାପିତାଙ୍କୁ ବି ଦେଖୁଛି ଯେଉଁମାନେ ଗୋଟିଏ ସନ୍ତାନ ପାଇଁ ସଂଘର୍ଷ କରୁଛନ୍ତି।

Share