କେକ କାଟି ମିଡିଆ ସହ ବାର୍ଥ ଡେ’ ସେଲିବ୍ରେଟ କଲେ ରାଣୀ

ମୁମ୍ବାଇ: ବଲିଉଡ ନାୟିକା ରାଣୀ ମୁଖାର୍ଜୀଙ୍କ ମୁଭି ‘ମିସେସ ଚାଟାର୍ଜୀ ଭର୍ସେସ ନରୱେ’ ରିଲିଜ ହୋଇସାରିଛି । ଏହାକୁ କେବଳ ସିଲିବ୍ରିଟି ନୁହେଁ ବରଂ ଦର୍ଶକଙ୍କ ଭଲପାଇବା ଖୁବ ମିଳୁଛି । ଏବେ ଫିଲ୍ମର ରେସପନ୍ସକୁ ନେଇ ଖୁସିଥିବା ରାଣୀ ନିକଟରେ ମିଡିଆ ସହ ସେଲିବ୍ରେଟ କରିଥିବା ନଜର ଆସିଛି । ଏହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଅଭିନେତ୍ରୀଙ୍କ ଏହି ଫଟୋକୁ ଏକ ମିଡିଆ ପେଜ ତା’ର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛି । ଯେଉଁଥିରେ ରାଣୀ ପ୍ୟାପରାଜିଙ୍କ ସହ ଫିଲ୍ମର ସଫଳତା ଓ ତାଙ୍କ ବାର୍ଥ ଡେ’ ପାଳନ କରୁଥିବା ଦେଖାଯାଇଛି । ସୂଚନାଯୋଗ୍ୟ, ମାର୍ଚ୍ଚ ୨୧ରେ ରାଣୀ ତାଙ୍କ ୪୪ତମ ଜନ୍ମଦିନ ପାଳନ କରୁଛନ୍ତି । ସେଥିପାଇଁ ସେ ସୋମବାର ପ୍ୟାପ୍ସଙ୍କ ସହ ତାଙ୍କ ବାର୍ଥ ଡେ’ କେକ କାଟି ଦେଇଛନ୍ତି । ଫଟୋରେ ରାଣୀ ସିମ୍ପଲ ଲୁକରେ ଖୁବ ସୁନ୍ଦର ଲାଗୁଛନ୍ତି । ଅଭିନେତ୍ରୀ ହ୍ୱାଇଟ ସାର୍ଟ ସହ ଡେନିମ ଜିନ୍ସ କ୍ୟାରି କରିଛନ୍ତି । ଏହାସହ କେଶରେ ବନ ବନାକର ଏକ ଚଷମା ବି ପିନ୍ଧିଛନ୍ତି । ଯାହାଦ୍ୱାରା ସେ ସୁପର କ୍ୱିଟ ଲାଗୁଛନ୍ତି । ଏପଟେ ତାଙ୍କ ପ୍ରଶଂସକ ଏସବୁ ଫଟୋ ଦେଖି ଖୁବ କମେଣ୍ଟ କରୁଛନ୍ତି ।

Share