ବିନା ହିଜାବରେ ଚେସ୍‌ ଖେଳିଲେ

ଅଲ୍‌ମାଟି,୨୯ା୧୨: ଏଫ୍‌ଆଇଡିଇ ଓ୍ବାଲର୍‌ଡ ରାପିଡ୍‌ ଆଣ୍ଡ୍‌ ବ୍ଲିଜ୍‌ ଚାମ୍ପିୟନ୍‌ଶିପ୍‌ କାଜାଖାସ୍ତାନର ଅଲ୍‌ମାଟିରେ ଆୟୋଜିତ ହୋଇଛି। ଏଥିରେ ଇରାନର ଚେସ୍‌ ଖେଳାଳି ସାରା ଖାଦେମ୍‌ ଭାଗନେଇଥିଲେ। ଇରାନ ସରକାର ମହିଳାମାନଙ୍କ ପାଇଁ ହିଜାବ ପରିଧାନକୁ ବାଧ୍ୟତାମୂଳକ କରିଥିବା ବେଳେ ସାରା ଏହାକୁ ଅବଜ୍ଞା କରି ଚେସ୍‌ ଖେଳିଥିଲେ। ତାଙ୍କ ମୁଣ୍ଡରେ କୌଣସି ହେଡ୍‌ସ୍କାର୍ଫ ନ ଥିଲା। ଇଣ୍ଟରନ୍ୟାଶନାଲ ଚେସ୍‌ ଫେଡେରେଶନ୍‌ ଓ୍ବେବ୍‌ସାଇଟ୍‌ ଅନୁସାରେ ୧୯୯୭ରେ ଜନ୍ମିତ ସାରା ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ୮୦୪ତମ ସ୍ଥାନ ଅଧିକାର କରିଛନ୍ତି। ସାରାସାଦତ୍‌ ଖାଦେମାଲଶରିଏହ ନାମରେ ପରିଚିତ ଏହି ସ୍ପୋଟର୍‌ସଓମେନ୍‌ଙ୍କ ନାମକୁ ଉଭୟ ରାପିଡ୍‌ ଏବଂ ବ୍ଲିଜ୍‌ କମ୍ପିଟିଶନ୍‌ରେ ଜଣେ ପ୍ରତିଯୋଗୀ ଭାବେ ତାଲିକାଭୁକ୍ତ କରାଯାଇଛି।

Share