ରାନୀଙ୍କ ନୂଆ ଯୋଜନା

ବେଳେବେଳେ ମଣିଷ ଯାହା ଚାହଁୁଥାଏ ତାହା ଦେଖୁ ଦେଖୁ ପୂରଣ ହୋଇଯାଇଥାଏ। କରୋନା ମହାମାରୀ ଯୋଗୁଁ ଓଡ଼ିଆ ସିନେମାର ଶୁଟିଂ ବନ୍ଦ ଥିଲା। ଏବେ କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ଶୁଟିଂ ଆରମ୍ଭ ହୋଇଯାଇଛି। ତା’ସହ କେତେକ ନୂଆ ସିନେମାର ପ୍ରାରମ୍ଭିକ କାମ ମଧ୍ୟ ଆରମ୍ଭ ହୋଇଯାଇଛି। ଆଉ ତା’ ଭିତରେ ଏବେ ଆଲବମ୍‌ କୁଇନ୍‌ ରାନୀ ପ୍ରିୟଦର୍ଶିନୀଙ୍କ ଖୁସି କହିଲେ ନ ସରେ। କାରଣ ବର୍ତ୍ତମାନ ତାଙ୍କ ହାତରେ ୨-୩ଟି ନୂଆ ଓଡ଼ିଆ ସିନେମାର ଅଫର ରହିଛି। ଏ ସମ୍ପର୍କରେ ରାଣୀ କହନ୍ତି, ‘ବର୍ତ୍ତମାନ ମୋ ହାତରେ ୨-୩ଟି ଅଫର ରହିଛି ଏବଂ ସେ ସମ୍ପର୍କରେ ଭଲ ଭାବରେ ତର୍ଜମା କରିବା ପରେ ନିଷ୍ପତ୍ତି ନେବି। ଅଭିନୟ ବ୍ୟତୀତ ସମାଜସେବା ମୋର ଏକ ନିଶା। ନିକଟରେ ହୋଇଥିବା ବନ୍ୟା ସମୟରେ ବନ୍ୟାବିପନ୍ନ ଲୋକଙ୍କ ନିକଟରେ ପହଞ୍ଚତ୍ ସେମାନଙ୍କୁ ସାହାଯ୍ୟ କରିଥିଲି। ତା’ସହ ସ୍ବାସ୍ଥ୍ୟଜନିତ ସମସ୍ୟା ଭୋଗୁଥିବା ଦରିଦ୍ର ଲୋକଙ୍କୁ ସବୁବେଳେ ସହଯୋଗର ହାତ ବଢ଼ାଇଥାଏ। ତେଣୁ ଏହାକୁ ମୋ ଜୀବନର ଏକ ଅଙ୍ଗ ଭାବରେ ମୁଁ ଗ୍ରହଣ କରିନେଇଛି। ଆକ୍ଟିଂ ସହ ମୋର ଏହି ଧାରା ଜାରି ରହିବ।’

Share