୨୦୨୩ରେ ରିଲିଜ ହେବ ରାଣୀଙ୍କ ଏହି ଫିଲ୍ମ

ମୁମ୍ବାଇ: ବିବାହ ପରଠାରୁ ଫିଲ୍ମ ସ୍କ୍ରିନରେ ରାଣୀ ମୁଖାର୍ଜୀଙ୍କୁ କ୍ୱଚିତ୍‌ ଦେଖିବାକୁ ମିଳେ। ସେ ପ୍ରତି ଦୁଇ ବର୍ଷରେ କେବଳ ଗୋଟିଏ ଫିଲ୍ମ କରନ୍ତି। କିନ୍ତୁ ତାଙ୍କର ବଳିଷ୍ଠ ଅଭିନୟ ପାଇଁ ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିଥାନ୍ତି। ‘ବଣ୍ଟି ଔର୍‌ ବବ୍‌ଲି ୨’ ପରେ ରାଣୀ ପୁଣି ଥରେ ପ୍ରେକ୍ଷାଳୟରେ ଟକ୍କର ଦେବାକୁ ଯାଉଛନ୍ତି। ସେ ତାଙ୍କର ଆଗାମୀ ଫିଲ୍ମ ‘ମିସେସ୍‌ ଚାଟାର୍ଜୀ ଭର୍ସେସ ନରଓ୍ବେ’କୁ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି। ବର୍ତ୍ତମାନ ଏହି ଫିଲ୍ମରେ ରାଣୀଙ୍କ ଫାଷ୍ଟ ଲୁକ୍‌ ରିଲିଜ ହୋଇଛି।

ଏହି ଫିଲ୍ମର ପୋଷ୍ଟର ଖୁବ୍‌ ସୁନ୍ଦର। ପୋଷ୍ଟରରେ ରାଣୀଙ୍କ ଭରପୂର ଷ୍ଟାଇଲ୍‌ ଦେଖିବାକୁ ମଳିଛି। ସେ ଏକ ଶୁଟ୍‌ ପିନ୍ଧି ଥିବା ବେଳେ କେଶ ବାନ୍ଧିଛନ୍ତି। ସିନ୍ଥିରେ ସିନ୍ଦୂର, ମଥାରେ ଟିକିଲି ଏବଂ ଗଳାରେ ମଙ୍ଗଳସୂତ୍ର ପିନ୍ଧିଛନ୍ତି। ଏହି ପୋଷ୍ଟରରେ ସେ ହାତରେ ଏକ ଟେଡି ବିୟର ଧରିଛନ୍ତି। ଫିଲ୍ମଟି ରାଣୀଙ୍କ ଜନ୍ମଦିନର କିଛି ଦିନ ପୂର୍ବରୁ ଅର୍ଥାତ୍‌ ୩ ମାର୍ଚ୍ଚ ୨୦୨୩ରେ ମୁକ୍ତିଲାଭ କରିବ।

Share