Categories: ଜାତୀୟ

ରଞ୍ଜନ ଗୋଗୋଇ ବହିର୍ବ୍ୟାପାର ଗୃହ କମିଟିକୁ ମନୋନୀତ

ନୂଆଦିଲ୍ଲୀ,୨୫ା୭: ରାଜ୍ୟ ସଭା ସଦସ୍ୟ ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ବହିର୍ବ୍ୟାପାର ସଂସଦୀୟ କମିଟିକୁ ମନୋନୀତ କରାଯାଇଛି। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡା ରେଲଓ୍ବେ କମିଟିରେ ସ୍ଥାନ ପାଇଛନ୍ତି। ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁ ବିଭିନ୍ନ କମିଟିରେ ସଦସ୍ୟମାନଙ୍କ ଚୟନକୁ ଚୂଡ଼ାନ୍ତ କରିଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଭୁବନେଶ୍ୱର କାଲିଟାଙ୍କୁ ମାନବ ସମ୍ବଳ ବିକାଶ ସମ୍ପର୍କିତ ସଂସଦୀୟ କମିଟିକୁ ମନୋନୀତ କରାଯାଇଛି। ମହାରାଷ୍ଟ୍ରର ଭାଜପା ନେତା ବିନୟ ସହସ୍ରବୁଦ୍ଧେ ଏହି କମିଟିର ମୁଖ୍ୟ ରହିଛନ୍ତି। ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କୁ ପ୍ରତିରକ୍ଷା କମିଟି, କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ବାଣିଜ୍ୟ କମିଟି, ପୂର୍ବତନ ରେଳମନ୍ତ୍ରୀ ଦିନେଶ ତ୍ରିବେଦୀଙ୍କୁ ଗୃହ ବ୍ୟାପାର କମିଟିକୁ ମନୋନୀତ କରାଯାଇଛି।

Share