ବରୀ,୧୭।୯(ଡି.ଏନ୍.ଏ.): ଯାଜପୁର ଜିଲା ବରୀ ବ୍ଲକ ଇଶାଣପୁର ପଞ୍ଚାୟତ ଶଙ୍କରାକୁଳ ଗ୍ରାମର ରଞ୍ଜନ କୁମାର କର(୩୯) ଦୀର୍ଘ ତିନି ଦିନ ଧରି ବନ୍ୟା ଜଳରେ ଭାସି ଯାଇଥିଲେ। ତେବେ ଶୁକ୍ରବାର ତାଙ୍କର ମୃତଦେହ ଇଶାନପୁର ପାଟରୁ ଉଦ୍ଧାର କରାଯାଇଛି। ଘରୁ ବାହାରିବା ବେଳେ ଅଭିମନ୍ୟୁ ବାଲିଆ ବଜାରକୁ ଯାଉଥିବା କହି ଆଉ ଫେରି ନଥିଲେ ରଞ୍ଜନ । ବନ୍ୟା ଜଳରେ ଭାସିଯାଇ ଥିବା ଭାବି ତାଙ୍କୁ ବହୁତ ଖୋଜାଖୋଜି କରାଯାଇଥିଲା। ମାତ୍ର ତାଙ୍କ ପତ୍ତା ମିଳି ନ ଥିଲା। ସକାଳେ ଇଶାନପୁର ପାଟରେ ଏକ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ବରୀ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବରୀ ପୋଲିସ ପହଞ୍ଚି ସ୍ଥାନୀୟ ଯୁବକଙ୍କ ସହାୟତାରେ ମୃତଦେହ ଉଦ୍ଧାର କରିଥିଲେ। ପରେ ମୃତକ ଜଣଙ୍କ ଗ୍ରାମର ରଞ୍ଜନ ବୋଲି ସ୍ଥାନୀୟ ଲୋକେ ଚିହ୍ନଟ କରିଛନ୍ତି।